ହରଭଙ୍ଗା : ଘନ କୁହୁଡିର ଆସ୍ତରଣ, ଆସିଲା ଶୀତ

0 88

ହରଭଙ୍ଗା : ଆଜି ହରଭଙ୍ଗା ବ୍ଲକ ଅଂଚଳରେ ଜମିଥିଲା ଘନ କୁହୁଡିର ଆସ୍ତରଣ । ଯୁଆଡେ ଦେଖିଲେ କୁହୁଡି ଆଉ କୁହୁଡି । ଭୋର ୫ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଚାରିଆଡେ କୁହୁଡି ଛାଇ ରହିଥିଲା । ଏଥିଯୋଗୁଁ ରାସ୍ତାଘାର ଶୂନଶାନ ରହିଥିଲା । କୁହୁଡି ଯୋଗୁ ଗାଡି ଚଳାଚଳ ବନ୍ଦ ଥିଲା । ହରଭଙ୍ଗା ଅଂଚଳରେ ହଠାତ୍ ଶୀତର ପ୍ରକୋପ ଦେଖାଦେଇଛି । ଫଳରେ ଲୋକମାନେ ବହୁକଷ୍ଟ ଅନୁଭବ କରୁଛନ୍ତି । ଶୀତରୁ ରକ୍ଷା ପାଇବା ପାଇଁ ଗରିବ ଲୋକ ଘରେ ନିଆଁ ଜାଳି ବସୁଛନ୍ତି । ଅନେକ ପ୍ରାତଃ ଭ୍ରମଣ କରି ବ୍ୟାୟାମ କରୁଛନ୍ତି । ଚାହା ଦୋକାନରେ ପ୍ରବଳ ଭିଡ ରହୁଥିବା ଦେଖିବାକୁ ମିଳୁଛି । ଶୀତବୃଦ୍ଧି ପାଇଥିବା ଯୋଗୁଁ ଲୋକ ସକାଳ ୯ଟା ପର୍ଯ୍ୟନ୍ତ ଘର ବାହାରିବା କଷ୍ଟ ସାଧ୍ୟ ହେଉଛି । ଗରିବ ଶ୍ରେଣୀର ଲୋକମାନେ କାମଧନ୍ଦାକୁ ଯାଇପାରୁନାହାନ୍ତି । ବିଶେଷକରି ହରଭଙ୍ଗା ବ୍ଲକର ଆଭ୍ୟନ୍ତରୀଣ ଅଂଚଳ ଯଥା-କୁଶଙ୍ଗ, ତଳଗାଁ, ମାଧପୁର, ହରଭଙ୍ଗା, ମାରଡା, ଆଡିପଦର, ଛତ୍ରଙ୍ଗ ଆଦି ପାହାଡିଆ ଅଂଚଳ । ଏଠାରେ ଜଙ୍ଗଲ ଓ ଝରଣା ପରିବେଷ୍ଟିତ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଗରିବ ଲୋକଙ୍କୁ ଶୀତକମଳ ପ୍ରଦାନ କରିବା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

14 − twelve =