ସୁବର୍ଣ୍ଣପୁର: ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀରୁ ୨ ଟି ହାଇୱା ଓ ୨ଟି ଟ୍ରାକ୍ଟରକୁ ବାଲି ଚୋରା ଚାଲାଣ କରୁଥିବା ସମୟରେ ତହସିଲଦାର ସୋନପୁର ନବୀନକିଶୋର ପାଢ଼ୀ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ହାଇୱା ପ୍ରତି ୪୦, ୦୦୦ ହଜାର ଓ ଟ୍ରାକ୍ଟର ପ୍ରତି ୧୦, ୦୦୦ ହଜାର ଲେଖାଏଁ ସମୁଦାୟ ୧ଲକ୍ଷ ଟଙ୍କା ଜରିମାନା ଆଦାୟ କରି ଗାଡି ଗୁଡିକୁ ଛାଡି ଦିଆଯାଇଛି । ଏହି ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର ଓ ରାଜସ୍ୱ ନିରୀକ୍ଷକ ସୁଧୀର କୁମାର ପାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ ।