ବିବାହ ବାର୍ଷିକୀରେ ରକ୍ତ ଦାନକରି ଉଦାହରଣ ପାଲଟିଲେ ଦମ୍ପତି

0 194

ସୋନପୁର, ୪/୭- ନିଜର ୧୨ ତମ ବିବାହ ବାର୍ଷିକୀରେ ରକ୍ତଦାତା ହୋଇ ଜଣେ ନିରୀହ ଗର୍ଭବତୀ ମାଆର ଜୀବନ ରକ୍ଷା କରିଛନ୍ତି । ଭରତ ସାହୁ ଘୋଡାଧର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ସେ ନିଜେ ୨୩ ଥର ରକ୍ତଦାନ କରିଥିବା ବେଳେ ତାଙ୍କର ଧର୍ମପତ୍ନୀ ପ୍ରଥମ ଥର ରକ୍ତଦାନ କରିଛନ୍ତି । କରୋନା ପରି ଘଡିସନ୍ଧି ମୁହୂର୍ତ୍ତରେ ଏପରି ଏପରି ରକ୍ତଦାନ କରି ଲୋକଙ୍କ ଜୀବନ ବଞ୍ଚାଇବା ଭଳି ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଖୁବ୍ ପ୍ରଶଂସା କରାଯାଇଛି । ଏହି ରକ୍ତଦାନ ସମୟରେ ତାଙ୍କ ପୁତ୍ର ପ୍ରିନସ ମଧ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two × 3 =