ସୁବର୍ଣ୍ଣପୁର ଜିଲ୍ଲାରେ ୧୮-୪୪ ବର୍ଷୀୟ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତା ୧୭ ରୁ

0 173

ସୁବର୍ଣ୍ଣପୁର,୧୫/୬- ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ୧୭/୬/୨୧ତାରିଖ ଠାରୁ ୧୯/୬/୨୧ତାରିଖ ପର୍ଯ୍ୟନ୍ତ ସୋନପୁର ମ୍ୟୁନିସିପାଲିଟିର ୩ ଗୋଟି ସ୍ଥାନରେ ବ୍ୟବସ୍ଥିତ ୫ଟି ଟିକାକରଣ କେନ୍ଦ୍ର ଯଥା -ସଂସ୍କୃତି ଭବନ, (୨ଟି କେନ୍ଦ୍ର ),ସୋନପୁର ମହାବିଦ୍ୟାଳୟ, (୨ଟି କେନ୍ଦ୍ର)ଓ ମାରୱାଡି ଧର୍ମଶାଳା -ଭଗବତୀପ୍ଲଟ, ସୋନପୁର, (ଗୋଟିଏ କେନ୍ଦ୍ର) ରେ ଟୀକାକରଣ ହେବାକୁ ଥିବାବେଳେ ୧୭/୬/୨୧ ଓ ୧୮/୬/୨୧ତାରିଖରେ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟରେ ବ୍ୟବସ୍ଥିତ ୨ଟି କେନ୍ଦ୍ରରେ ୨ଦିନ ଟିକାକରଣ ଚାଲୁରହିବ । କେବଳ ପଂଜିକୃତ କରି ନିଯୁକ୍ତି ଚିଠା ପାଇଥିବା ୧୮ରୁ ୪୪ ବର୍ଷର ହିତାଧିକାରୀଙ୍କୁ ପ୍ରଥମ ଡୋଜ ଟିକା ପ୍ରଦାନ କରାଯିବ । ଉକ୍ତ ଦିନ ଗୁଡିକରେ ପ୍ରଥମ ଡୋଜ ଟିକାକରଣ ପାଇଁ ଯୋଗ୍ୟ ପଞ୍ଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡ କପି )ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟପତ୍ର ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଦିଷ୍ଟ ଟିକାକରଣ କେନ୍ଦ୍ରକୁ ପହଞ୍ଚି ଟିକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟିକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟିକାକରଣ ଉକ୍ତ ଦିନଗୁଡିକରେ ସକାଳ ୦୯ ରୁ ସନ୍ଧ୍ୟା ୦୫ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ । ପୁନଶ୍ଚ ଟିକାନେବା ନିମନ୍ତେ ୧୮ ରୁ ୪୪ ବର୍ଷ ପାଇଁ ଯେଉଁମାନେ ଅନଲାଇନ ରେ ରେଜିଷ୍ଟ୍ରସନ କରାଇ ନାହାନ୍ତି ସେମାନେ ନିଶ୍ଚିତ ଭାବେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇନେବାକୁ ଅନୁରୋଧ । ତା୧୬/୬/୨୧ ସକାଳ ୦୯ ଘଣ୍ଟାରୁୁ ପଞ୍ଜିକରଣ ନିମନ୍ତେ ସ୍ଲଟ ଖୋଲା ରହିବ ।

hiranchal ad1
Leave A Reply

Your email address will not be published.

eleven + sixteen =