ଭିଜିଲାନ୍ସ ଜାଲରେ ତରଭା ତହସିଲଦାର, ଲାଞ୍ଚନେଇ ଗିରଫ

0 190

ସୋନପୁର,୧୭/୧୧:ଗତକାଲି ରାତିରେ ନିଜ ସରକାରୀ ବାସଭବନରେ ଜମି ପଞ୍ଜିକରଣ କରାଇ ଦେବାପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ତରଭା ତହସିଲଦାର ସୁବ୍ରତ ବେହେରା । ମିଳିଥିବା ସୂଚନାମତେ ତରଭା ବ୍ଲକର ଘାଟକଇଁତରା ଗ୍ରାମର କାହ୍ନୁ ଚରଣ ଦାସ ଅନ୍ତର୍ଡା ଗ୍ରାମରେ ଥିବା ଏକ ଜମିର ରେଜିଷ୍ଟ୍ରେସନ ପାଇଁ ଆବେଦନ କରିଥିଲେ ହେଲେ ଜମିପଞ୍ଜିକରଣ ପାଇଁ ତହସିଲଦାର ତାଙ୍କୁ ଲାଞ୍ଚ ମାଗିବାରୁ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ଅନୁଯାୟୀ କାହ୍ନୁ ଚରଣ ଗତରାତି ତହସିଲଦାରଙ୍କ ବାସଭବନରେ ପହଞ୍ଚି ୨୦ହଜାର ଟଙ୍କା ଦେବାବେଳେ ପୂର୍ବରୁ ଜଗିରହିଥିବା ଭିଜିଲାନ୍ସ ଟିମ୍‌ ଚଢ଼ାଉକରି ଉକ୍ତ ଟଙ୍କାକୁ ଜବତକରିବା ସହ ତହସିଲଦାରଙ୍କୁ ଗିରଫ କରିଥିଲେ । ଏହି ଚଢ଼ାଉରେ ସମ୍ବଲପୁର ଭିଜିଲାନ୍ସ ଡିଏସପି ଦାଶରଥି ସେଠୀ,ବଲାଙ୍ଗୀରର ଇନ୍ସପେକ୍ଟର ସଦାନନ୍ଦ ପାଣି, ସୋନପୁରର ଇନ୍ସପେକ୍ଟର ତୁଷାର ମହାପାତ୍ର, ସମ୍ବଲପୁରର ଇନ୍ସପେକ୍ଟର କରନିୟସ ବିଲୁଙ୍ଗ ଓ ଇନ୍ସପେକ୍ଟର ମାନସୀ ଜେନା, ଭିଜିଲାନ୍ସ କର୍ମଚାରୀ ଝସକେତନ ବାରିକ, ବିଷ୍ଣୁ ପ୍ରସାଦ ଜାଲ, ନନ୍ଦକିଶୋର ବଗର୍ତ୍ତୀ ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

15 + 8 =