ସୁବର୍ଣ୍ଣପୁରରେ ମାଟ୍ରିକ ପାସହାର ୭୩.୬୨ପ୍ରତିଶତ : ୫୫୬ମାର୍କ ରଖି ଦୀପକ ମେହେର ହେଲେ ଜିଲ୍ଲା ଟପ୍ପର

0 212

ସୋନପୁର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସୁବର୍ଣ୍ଣପୁର ଜିଲ୍ଲାର ପାସହାର ୭୩.୬୨ ପ୍ରତିଶତ ରହିଛି । ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାହାରା ଟ୍ରଷ୍ଟ ହାଇସ୍କୁଲ ଦୀପକ ମେହେର ସର୍ବାଧିକ ୫୫୬ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି । ସେ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଳର ସୁଦାମ ମେହେର ଓ କୁନ୍ତୀ ମେହେରଙ୍କ ପୁତ୍ର ଅଟନ୍ତି । ସେ ତାଙ୍କର ସଫଳତାର ଶ୍ରେୟ ପରିବାରର ସମସ୍ତଙ୍କୁ ତଥା ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି । ଦୀପକ ଭବିଷ୍ୟତରେ ଏକ ଦକ୍ଷ ବ୍ୟାଙ୍କ ଅଧିକାରୀ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି । ଜିଲ୍ଲାର ଅନେକ ହାଇସ୍କୁଲରେ ଶତପ୍ରତିଶତ ପାସହାର ହୋଇଥିବା ବେଳେ ସହରର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବିଶ୍ୱଭାରତୀ ଚିନ୍ତନ ଶିକ୍ଷାନିକେତନର ପାସହାର ଶତପ୍ରତିଶତ ରହିଥିବା ଜଣାପଡିଛି । ସହରର ସାହାରା ଟ୍ରଷ୍ଟ ହାଇସ୍କୁଲ ର ୧୫୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ୧ ଗ୍ରେଡ଼ରେ ୧୩ଜଣ,ଏ୨ରେ ୪୪ଜଣ,ବି୧ ରେ ୩୭ଜଣ, ବି୨ରେ ୨୩ଜଣ, ସିରେ୨୪ ଡି ରେ ୧୦ ଓ ଇ ଗ୍ରେଡ଼ରେ ୪ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସାହାରା ଟ୍ରଷ୍ଟ ହାଇସ୍କୁଲର ଏ ସଫଳତାରେ ଜିଲ୍ଲାର ସମସ୍ତ ଶିକ୍ଷାବିତ, ଅଭିଭାବକ ଓ ଜନସାଧାରଣ ଖୁସିପ୍ରକଟ କରିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × three =