ପାତାଳି ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଓ ଶ୍ରୀଜୀଉଙ୍କ ଗଜାନନ ବେଶ

0 102

ସୁବର୍ଣ୍ଣପୁର ୨୪/୬- ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ କଟକଣା ଯୋଗୁଁ କେବଳ ନୀତିକାନ୍ତିରେ ସମାପନ ହୋଇଥିବା ଏଇ ସ୍ନାନଯାତ୍ରା ଓ ମହାପ୍ରଭୁଙ୍କ ଗଜାନନ ବେଶକୁ କୌଣସି ଭକ୍ତ ଦେଖିବାର ସୁଯୋଗ ନଥିବାବେଳେ ସୀମିତ ସେବାୟତ ମାନଙ୍କ ଦ୍ୱାରା ଏ ସମସ୍ତ ଦେବନୀତି ସଂପନ୍ନ ହୋଇଥିଲା । ପ୍ରଥମେ ମଙ୍ଗଳ ଆଳତୀ ପରେ ଖେଚୁଡ଼ି ଭୋଗ ପରେ ଶ୍ରୀଜୀଉଙ୍କୁ ଗୋଟି ପହଣ୍ଡିରେ ସ୍ନାନ ବେଦିକୁ ବିଜେ କରାଯାଇଥିଲା । ସକାଳୁ ଭାରୁଆ ମାନଙ୍କ ଦ୍ୱାରା ହରିହରଯୋରରୁ ୧୦୮ କଳସି ଜଳ ଅଣାଯାଇ ସ୍ନାନବେଦିରେ ରଖାଯାଇଥିଲା । ସେଇ ପବିତ୍ର ଜଳରେ ଚୂଆ,ଚନ୍ଦନ, ଅଗୁର, ଗଙ୍ଗାଜଳ,କେଶର କର୍ପୂରାଦି ମିଶ୍ରିତ ସୁବାସିତ ଜଳକୁ ଶ୍ରୀଜୀଉଙ୍କୁ ସ୍ନାନ କରାଯାଇଥିଲା । ଶ୍ରୀ ବଳଭଦ୍ରଙ୍କୁ ୩୩ ଗରା ପୂର୍ଣ୍ଣ କଳସି, ଶ୍ରୀ ଜଗନ୍ନାଥଙ୍କୁ ୩୫ଗରା ପୂର୍ଣ୍ଣ କଳସି, ଦେବୀ ସୁଭଦ୍ରାଙ୍କୁ ୨୨ଗରା ପୂର୍ଣ୍ଣ କଳସି ଓ ଶ୍ରୀ ସୁଦର୍ଶନଙ୍କୁ ୧୮ଗରା ପୂର୍ଣ୍ଣକଳସି ସୁବାସିତ ଜଳରେ ସ୍ନାନ କରାଇଥିଲେ । ଏ ସମସ୍ତ ପୂଜାକାର୍ଯ୍ୟରେ ପଣ୍ଡିତ ବିଶେଶ୍ୱର ପାଢ଼ୀ, ଗୁଣାକର ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବାବେଳେ ଯଜ୍ଞ କାର୍ଯ୍ୟ ଦେବାର୍ଚ୍ଚନ ଦାଶ ତୁଲାଇଥିଲେ । ଛେରା ପହଁରା ଗଡ଼ତ୍ୟା ଚମରା ଅମାତ ତୁଲାଇଥିଲେ । ବିଭିନ୍ନ ଗ୍ରାମର ବ୍ରାହ୍ମଣ ସେବାୟତ ଓ ଟ୍ରଷ୍ଟର ସଦସ୍ୟଙ୍କ ସହଯୋଗ କ୍ରମେ ସମସ୍ତ ଦେବକାର୍ଯ୍ୟ ସମାପନ ହୋଇଥିଲା ତେବେ କୋଭିଡ଼ କଟକଣା ଯୋଗୁଁ ମହାପ୍ରଭୁଙ୍କ ଏ ଦୁର୍ଲଭ ସ୍ନାନଯାତ୍ରା ଓ ଗଜାନନ ବେଶ ଦର୍ଶନ କରିବାରୁ ଭକ୍ତ ବଞ୍ଚିତ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

thirteen − two =