ନୂତନ ଜ଼ିଲ୍ଲାପାଳଙ୍କୁ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ କିଛି ଗଠନ ମୂଳକ ପ୍ରସ୍ତାବ ଉପରେ ଆଲୋଚନା ଓ ଉପସ୍ଥାପନା

0 136

ସୁବର୍ଣ୍ଣପୁର, ୭/୮- ଗତକାଲି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଆଇଏଏସ୍‌ଙ୍କୁ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର-ମନମୁଣ୍ଡାର ଏକ ଉଚସ୍ତରୀୟ ପ୍ରତିନିଧି ଦଳ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ଗତମାସରେ ଖବର ମାଧ୍ୟମରେ ସଂଗଠନ ପକ୍ଷରୁ ପ୍ରଶାସନ ର ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ ଓ ଉପସ୍ଥାପନା କରାଯାଇଥିବା ବହୁ ପୁରୁଣା ତେଲନଦୀ ବ୍ରିଜର ମରାମତି ଓ ରକ୍ଷଣାବେକ୍ଷଣ ଏବଂ ଗାଈଗୋରୁ ସମସ୍ୟା ନେଇ ଲୋକଙ୍କ ଦୀର୍ଘବର୍ଷର ଦାବି ଥିବା ସହରରେ ଏକ କାଞ୍ଜି ହାଉସ ନିର୍ମାଣ ଭଳି ଉଭୟ ଖବର ଓ ପ୍ରସ୍ତାବ ପ୍ରତି ଜ଼ିଲ୍ଲାପାଳ ଖୁବ ଗୁରୁତ୍ୱ ଓ ତୁରନ୍ତ ପଦକ୍ଷେପ ସହିତ ଏକାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବାରୁ ନୂତନ ଜ଼ିଲ୍ଲାପାଳଙ୍କୁ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ଧନ୍ୟବାଦ ଓ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏବଂ ସୁବର୍ଣ୍ଣପୁର ଐତିହ୍ୟର ମୁକ ସାକ୍ଷୀ ଭାବେ ପରିଚିତ ଶ୍ରୀ ସୁବର୍ଣ୍ଣମେରୁ ଶୈବ ପୀଠର ନବୀକରଣ, ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଇଜ୍ଜତ ରକ୍ଷା ପାଇଁ ସହରରେ ସମସ୍ତ ଅଞ୍ଚଳରେ ପବ୍ଲିକ/ଷ୍ଟ୍ରିଟ ଟଏଲେଟର ତୁରନ୍ତ ନିର୍ମାଣ, ଶିକ୍ଷା ସ୍ୱାସ୍ଥ୍ୟ, ଗମନା ଗମନ ସମସ୍ୟାରେ ସୁଧାର ଆଣି ସମସ୍ତ କାର୍ଯ୍ୟକୁ ସକାରାତ୍ମକ ଢଙ୍ଗରେ କ୍ରିୟାନ୍ୱୟନ କରିବାକୁ ଏବଂ ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ବଲାଙ୍ଗୀର ରେଲୱେ କାର୍ଯ୍ୟକୁ ତ୍ୱରାନ୍ୱିତ କରଣ କରିବାକୁ ସଂଗଠନ ପକ୍ଷରୁ ଲିଖିତ ଆକାରରେ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରତିନିଧି ଦଳରେ ସ୍ୱଚ୍ଛଭାରତର ଉପଦେଷ୍ଟା ଗରିବ ଲୋଈ, ବିନୋଦ ମେହେର, ପ୍ରଦୀପ ପୁରୋହିତ, ଅଭିମନ୍ୟୁ କୁଶଳ, ଶ୍ରୀବତ୍ସ ମଲ୍ଲିକ, ସୟଦ ଅଲିମୁଲ ଇସଲାମ, ଉପସଭାପତି ଇନ୍ଦୁମତୀ ପୁରୋହିତ, ଲଡ଼ୁ କିଶୋର ମଲିକ, ପ୍ରଫୁଲ୍ଲ ନାଏକ, ମନୋଜ ପଣ୍ଡା, ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ, କାର୍ଯ୍ୟକାରୀ ସଦସ୍ୟ ପ୍ରମୋଦ କୁମାର ସାହୁ, ସଂଗୀତା ନାଏକ, ପ୍ରତାପ ଦାଶ ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

sixteen − 11 =