ସୋନପୁର,୨୬/୬- ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ରଥିପଡାର ଶୁଭମ କୁମାର ଚାନ୍ଦ(୨୩)ଙ୍କ ହୃଦଘାତରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଗତ ଗୁରୁବାରଦିନ ପରଲୋକ ହୋଇଯାଇଛି । ସେ ଜଣେ ବିଜ୍ଞାନ ମେଧାବୀ ଛାତ୍ର ଥିଲେ । ମେଟ୍ରିକରୁ ଏମ୍ ଏ ସି ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସୁନାମ ରଖିଥିଲେ । ସେ ଦେଢମାସ ତଳେ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । ଗତ ୨୦ ତାରିଖରେ ଅସୁସ୍ଥ ଅନୁଭବ କରିବାରୁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ୨୪ ତାରିଖ ରାତି ପ୍ରାୟ ୧୨ଟା ବେଳେ ହୃଦଘାତରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳେ ବାପା ପ୍ରସନ୍ନ, ମା ପୁଷ୍ପା, ବଡଭାଇ ଅଭିଷେକ, ପ୍ରତ୍ୟୁଷ ,ଭଉଣୀ ସୋନି,ବଡବାପା ବିଘ୍ନରାଜ, କାକା ପ୍ରଫୁଲ୍ଲ ଓ ପ୍ରମୋଦ ଉପସ୍ଥିତ ଥିଲେ । ବୀରମହାରାଜପୁରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ଅଭିଷେକ ମୁଖାଗ୍ନି ଦେଇଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣି ବୀରମହାରାଜପୁରରେ ଶୋକର ଛାୟା ଖେଳିଯାଇଛି ।