ଚିରନିଦ୍ରାରେ ଅଟଳ ବିହାରୀ ପଣ୍ଡା

0 151

ସୁବର୍ଣ୍ଣପୁର ୫/୬-ପଶ୍ଚିମ ଓଡ଼ିଶାର ଏକ ଦକ୍ଷ ପ୍ରତିଭା ଡଃ ଅଟଳବିହାରୀ ପଣ୍ଡାଙ୍କର ୯୧ ବର୍ଷ ବୟସରେ ବିୟୋଗ ଘଟିଛି । କିଛିଦିନ ତଳେ ତାଙ୍କର ଧର୍ମପତ୍ନୀଙ୍କ ବିୟୋଗ ଘଟିଥିଲା ଯାହାକି ସେ ସହଜରେ ଗ୍ରହଣ କରିପାରିନଥିଲେ ଓ ପରେପରେ ହିଁ ସେ ମଧ୍ୟ ଗୁରୁତର ଅସୁସ୍ଥ ହୋଇ ବୁର୍ଲା ସ୍ଥିତ ଭିମସାରରେ ଚିକିତ୍ସିତ ହୋଇ ଫେରିଥିଲେ । ପୁଣି ଗୁରୁତର ହୋଇ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କର ବହୁଚର୍ଚ୍ଚିତ ସିନେମା ଶଲାବୁଢା ଓ ଶଲାବୁଢ଼ାର ବଦଲା ଆନ୍ତର୍ଜାତିକ ପୁରସ୍କାର ପାଇଥିଲା । ଆକାଶବାଣୀ ସମ୍ବଲପୁରର ଜଣେ ଆଗଧାଡିର ଲୋକପ୍ରିୟ ଗୀତିକାର, ସମ୍ବଲପୁରୀ ନାଟକ ଓ ଉପନ୍ୟାସର ସୁଦକ୍ଷ ବିନ୍ଧାଣୀ, ଦୂରଦର୍ଶନ ଓ ସିନେମାଜଗତର ଦମଦାର କଳାକାର, ମାଁ ମାଟି କୁ ଭଲପାଉଥିବା ଜଣେ ଦରଦୀ ମଣିଷ ଓ ସୁବର୍ଣ୍ଣପୁର ଜିଲ୍ଲା ତଥା ସମଗ୍ର ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ ବହୁମୁଖୀ ପ୍ରତିଭା ଡଃ ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗ ନିଶ୍ଚିତରୂପେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ତାଙ୍କର ବିୟୋଗରେ ସୁବର୍ଣ୍ଣପୁରର ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଗଭୀର ଶୋକ ପ୍ରକାଶ ସହ ଅମରଆତ୍ମାର ସଦ୍‌ଗତି କାମନା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

five + twenty =