୭ଜଣ ଶିଶୁ ହୃଦରୋଗୀଙ୍କୁ ସହାୟତା

0 74

ସୁବର୍ଣ୍ଣପୁର,୨୬/୭- ଜାତୀୟ ସ୍ୱାସ୍ଥ୍ୟମିଶନ ଅଧିନସ୍ଥ ସୁବର୍ଣ୍ଣପୁର ରାଷ୍ଟ୍ରୀୟ ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦିଲ୍ଲୀପ କୁମାର ପଣ୍ଡା, ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡା. ନବକିଶୋର ବେହେରାଙ୍କ ତତ୍ୱାବଧାନରେ ଓ ଡ଼ିପିଏମ ସରୋଜ କୁମାର ପଣ୍ଡା, ରାଷ୍ଟ୍ରୀୟ ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମ୍ୟାନେଜର ବିଧୁଭୂଷଣ ପତିଙ୍କ ସହଯୋଗରେ ଜ଼ିଲ୍ଲାର ଛଅଜଣ ଗରିବ ଶିଶୁଙ୍କ ହୃଦରୋଗ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ଆଜି ଛଅ ଜଣଙ୍କୁ ନାରାୟଣ ହୃଦାଳୟ କଲିକତା ଓ ଜଣଙ୍କୁ ଭୁବନେଶ୍ୱର ଆପୋଲୋ ମେଡିକାଲକୁ ପଠାଯାଇଛି । ଏବଂ ଉକ୍ତ ଶିଶୁମାନଙ୍କ ଅସ୍ତ୍ରୋପଚାରରେ ତତ୍ୱାବଧାନ ପାଇଁ ଜ଼ିଲ୍ଲାର ଦୁଇ ଜଣ ଡାକ୍ତର କ୍ଷମାନିଧି ସାହୁ (ଡୁଙ୍ଗୁରିପାଲି), ଡାକ୍ତର ଉମାକାନ୍ତ ମହାନନ୍ଦ( ବିନିକା) ଙ୍କ ସମେତ ୧୨ ଜଣ ଅଭିଭାବକ ମଧ୍ୟ କଲିକତା ଓ ଭୁବନେଶ୍ୱର ଗସ୍ତ କରିଥିବା ବିଷୟ ରାଷ୍ଟ୍ରୀୟ ବାଲସ୍ୱାସ୍ଥ୍ୟ ବିଭାଗ ମ୍ୟାନେଜର ଶ୍ରୀ ପତି ଓ ମେଡିକାଲ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି । ଜ଼ିଲ୍ଲା ସ୍ୱାସ୍ଥ୍ୟବିଭାଗ ଓ ସୁବର୍ଣ୍ଣପୁର ଜ଼ିଲ୍ଲା ପ୍ରଶାସନର ଏ ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

4 × one =