ମନୋଜ ପଣ୍ଡା ପ୍ରକୃତିବନ୍ଧୁ ପୁରସ୍କାରରେ ସମ୍ମାନିତ

0 436

ସୋନପୁର,୬/୧୧- ପରିବେଶର ସଂରକ୍ଷଣ ଓ ପରିବେଶର ସୁରକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ପାଇଁ ରାଜ୍ୟ ଜଙ୍ଗଲ ବିଭାଗ ତରଫରୁ ପ୍ରକୃତିବନ୍ଧୁ ପୁରଷ୍କାର ରେ ସମ୍ମାନିତ ହୋଇଛନ୍ତି ମନୋଜ କୁମାର ପଣ୍ଡା । ଶ୍ରୀ ପଣ୍ଡା ପେଶାରେ ଜଣେ ପୋଲିସ କର୍ମଚାରୀ ହୋଇଥିଲେ ହେଁ ବୃକ୍ଷରୋପଣ ତାଙ୍କର ଏକ ନିଶା ଭାବରେ ରହିଥିବା ଯୋଗୁଁ ସେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ନୂତନ ଜଙ୍ଗଲ ସୃଷ୍ଟି କରି ଅନେକ ଙ୍କପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି । ସେ କର୍ମକ୍ଷେତ୍ରରୁ ଟିକିଏ ସମୟ ପାଇଲେ ହିଁ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ,ଗାଁ କଲ୍ୟାଣ ସମିତି ଓ ବିଭିନ୍ନ ଯୁବ ସଂଗଠନ ର ସଦସ୍ୟ ମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ସହ ଗଛନକାଟିବା ପାଇଁ ଲୋକମାନଙ୍କୁ ସଚେତନ କରାଇଥାନ୍ତି । ବିଶେଷ କରି ଜିଲ୍ଲାର ଗୋବିନ୍ଦପୁର, ସୁବଳୟା ପାତାଳି କ୍ଷେତ୍ର,ମହଦା ଇତ୍ୟାଦି ଗ୍ରାମରେ ବୃକ୍ଷରୋପଣ ସହ ନୂତନ ଜଙ୍ଗଲ ସୃଷ୍ଟି କରିବାପାଇଁ ସଦାସର୍ବଦା ଚେଷ୍ଟିତ ଥାଆନ୍ତି । ଶ୍ରୀ ପଣ୍ଡା ବୃକ୍ଷରୋପଣ ବିଭିନ୍ନ ସମୟରେ ସମାଜସେବା ସହ ଯୋଗଶିକ୍ଷା ଓ ରକ୍ତ ଦାନ ପାଇଁ ବିଭିନ୍ନ ସମୟରେ ସ୍ୱତନ୍ତ୍ର ଶିବିର ମାନ ଆୟୋଜନ କରାଇଥାନ୍ତି । ଶ୍ରୀ ପଣ୍ଡା ଙ୍କୁ ପରିବେଶ ସୁରକ୍ଷା ପାଇଁ ଦିଆଯାଇଥିବା ମର୍ଯ୍ୟାଦାଜନକ ପ୍ରକୃତିବନ୍ଧୁ ପୁରଷ୍କାରପାଇଁ ସେ ହକଦାର୍‌ ବୋଲି ଜିଲ୍ଲାବାସୀ କହିଥିବା ବେଳେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × 4 =