ସୁବର୍ଣ୍ଣପୁର,୨୬/୭- ସହରର ଜଣାଶୁଣା ଆଦର୍ଶ ଶିକ୍ଷକ ଚତୁରାନନ୍ଦ ଥନାପତି ଆଉ ନାହାନ୍ତି । ଆଜି ତାଙ୍କ ଥନାପତିପଡାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସେ କିଛିଦିନ ଧରି ଅସୁସ୍ଥ ଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ସେ ଶିକ୍ଷକ ଭାବେ ଚାକିରି କରିଥିଲେ ତଥା ସଦର ବ୍ଲକରେ ମଧ୍ୟ ସେ ଅନେକ ଦିନ ଧରି କାର୍ଯ୍ୟ କରି ଉଭୟ ସରକାରୀ ଓ ଶିକ୍ଷକ ମାନଙ୍କର ପ୍ରିୟଭାଜନ ହୋଇପାରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ପୁରାତନକ୍ଲବ ଚନ୍ଦ୍ରଶେଖର ପାଠାଗାରର ଉପଦେଷ୍ଟା ଓ ଦୁର୍ଗାପୁଜା କମିଟିର ଜଣେ ସକ୍ରିୟ ସଦସ୍ୟ ଥଲେ । ସେ ଖୁବ ମେଳାପୀ ଓ ପରୋପକାରୀ ଥିଲେ । ତାଙ୍କ ନିଧନରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସୋନପୁର ଚନ୍ଦ୍ରଶେଖର ପାଠାଗାରର ସଦସ୍ୟମାନେ ତାଙ୍କ ଶେଷଦର୍ଶନ କରିଥିଲେ । ସ୍ଥାନୀୟ ରାମେଶ୍ୱର ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ସୁବାଶିଷ ଓ ସତ୍ୟଜିତ ତାଙ୍କ ଝିଅ ପଲ୍ଲବୀ ଓ ସାନ ଭାଇ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ବଡପୁଅ ସୁବାଶିଷ ମୁଖାଗ୍ନି ଦେଇଥିଲେ ।