ପାତାଳି ଶ୍ରୀକ୍ଷେତ୍ର ଠାରେ ରଥଯାତ୍ରା ସଂପର୍ଣ୍ଣ

0 155

ସୁବର୍ଣ୍ଣପୁର ୧୨/୭- ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଭିଡ୍‌ କଟକଣା ମଧ୍ୟରେ ତ୍ରିକୂଟ ପର୍ବତର ଛଳିଆ ଶିଖର ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାଦଦେଶକୁ ଧାଡିପହଣ୍ଡିରେ ଅଣାଯାଇ ଅସ୍ଥାୟୀ ମଣ୍ଡପରେ ବିଜେ କରାଯାଇଛି । ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଓ ପରମ୍ପରାକୁ ନେଇ ତିନିଠାକୁରଙ୍କ ଦ୍ୱାରଫିଟା, ମଙ୍ଗଳ ଆଳତୀ,ସକାଳ ଧୂପ, ନୈବେଦ୍ୟ ସହ ବେଶ ଓ ଟାହିଆ ଲାଗିପରେ ପହଣ୍ଡି ଆରମ୍ଭ ହୋଇଥିଲା । ଛଳିଆ ଶିଖରରୁ ଛଳ ଠାକୁର ବନର ଦେବତା ବନଫୁଲର ବାସରେ ଘୋଷଯାତ୍ରାକୁ ବାହାରିଥିଲେ । କୋଭିଡ୍‌ – ୧୯ ଅନୁପାଳନ ମଧ୍ୟରେ ସୀମିତ ସେବାୟତ ତିନି ଠାକୁର ବଳଭଦ୍ର,ସୁଭଦ୍ରା ଓ ଜଗନ୍ନାଥଙ୍କୁ ପହଣ୍ଡିରେ ୧୦୮ ପାହାଚ ଅତିକ୍ରମି ତଳକୁ ଆଣିଥିଲେ ।

hiring

ପାହାଡ ପାଦଦେଶର ବଡଦାଣ୍ଡରେ ପୂର୍ବ ପ୍ରସ୍ତୁତ ତିନି ରଥ ରହିଥିଲେହେଁ ଠାକୁର ମାନଙ୍କୁ ରଥାରୁଢ଼ କରାନଯାଇ ଅସ୍ଥାୟୀ ମଣ୍ଡପରେ ରଖାଯାଇଛି । ବିଗତ ବର୍ଷ ପରି ଏଥର ମଧ୍ୟ ପାତାଳି ଶ୍ରୀକ୍ଷେତ୍ରଠାରେ ଭକ୍ତଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ନବଦିନ ବ୍ୟାପି ଘୋଷଯାତ୍ରା କେବଳ ନୀତିକାନ୍ତିରେ ସୀମିତ ରଖାଯାଇଛି ।

hiranchal ad1
Leave A Reply

Your email address will not be published.

4 × one =