ସରକାରୀ ନିଯୁକ୍ତିର ଆବେଦନ ବୟସସୀମା ବୃଦ୍ଧି ପାଇଁ ଦାବି

0 241

ସୁବର୍ଣ୍ଣପୁର : ରାଜ୍ୟର ଯୁବପିଢ଼ି ଅନେକ ଦିନଧରି ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇ ଦିଗହରା ହେବାସହ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଓଡ଼ିଶାର ନିଯୁକ୍ତି କ୍ଷେତ୍ରରେ ଆବେଦନ ପାଇଁ ବୟସସୀମା ୩୨ବର୍ଷ ଥିବାରୁ ବହୁ ମେଧାବୀ ଛାତ୍ର ତାଙ୍କର ଉଚ୍ଚ଼ଶିକ୍ଷା ସମାପ୍ତ କରିବା ବେଳକୁ ତାଙ୍କର ବୟସ ଅତିକ୍ରାନ୍ତ ହେବା କାରଣରୁ ବହୁ ମେଧାବୀ ଛାତ୍ର ଛାତ୍ରୀ ସରକାରୀ ଚାକିରୀ ପାଇଁ ଆବେଦନ କରି ପାରୁନାହାନ୍ତି । ଏଣୁ ସରକାରୀ ଚାକିରୀ ପାଇଁ ଆବେଦନ ବୟସ ସୀମାକୁ ୪୨ବର୍ଷ କୁ ବୃଦ୍ଧି କରିବାପାଇଁ ଆଜି ସୁବର୍ଣ୍ଣପୁର ଯୁବ କଂଗ୍ରେସ କମିଟି ପକ୍ଷରୁ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶା ପବ୍ଲିକ ସର୍ଭିସ କମିଶନ,ଷ୍ଟାଫ୍‌ ସିଲେକ୍ସନ,ସିଲେକ୍ସନ ବୋର୍ଡ ଆଦି ଦ୍ୱାରା ପରିଚାଳିତ ବିଭିନ୍ନ ପଦବୀରେ ମଧ୍ୟ ଅନେକ ଦିନଧରି ବିଭିନ୍ନ ଖାଲିଥିବା ପଦବୀରେ ନୂତନ ନିଯୁକ୍ତି ପ୍ରଦାନ କରୁନଥିବା କାରଣରୁ ହଜାର ହଜାର ମେଧାବୀ ଛାତ୍ରଛାତ୍ରୀ ଚାକିରୀ ଆବେଦନ କରି ନ ପାରି ହତୋତ୍ସାହ ହୋଇପଡୁଛନ୍ତି । ପ୍ରକାଶ ଯୋଗ୍ୟଯେ ବର୍ତ୍ତମାନ ରାଜ୍ୟରେ ସାଧାରଣ ବର୍ଗଙ୍କ ପାଇଁ ଆବେଦନ ବୟସସୀମା ୩୨ ବର୍ଷ ରଖାଯାଇଥିବା ବେଳେ ଗୋଆରେ ୪୫, ଆସାମରେ ୪୪, ତେଲେଙ୍ଗାନାରେ ୪୪, ଆନ୍ଧ୍ର ପ୍ରଦେଶରେ ୪୨, ଉତ୍ତର ପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶରେ ୪୦ବର୍ଷ ଧାର୍ଯ୍ୟ ରହିଛି । ଏଣୁ ଓଡିଶାର ପୁଞ୍ଜିଭାବରେ ପରିଗଣିତ ଓଡ଼ିଶାର ଯୁବପିଢ଼ିଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ସରକାରୀ ନିଯୁକ୍ତି କ୍ଷେତ୍ରରେ ଆବେଦନ ପାଇଁ ତାଙ୍କର ବୟସସୀମାକୁ ୪୨ ବର୍ଷ କୁ ବୃଦ୍ଧି ନିମନ୍ତେ ଗୁରୁତ୍ୱର ସହ ବିଚାରକୁ ନେଇ ରାଜ୍ୟର ଯୁବପିଢ଼ିଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି । ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଯୁବକଂଗ୍ରସ ସଭାପତି ପ୍ରିୟବ୍ରତ ସାହୁ, ଜିଲ୍ଲା କଂଗ୍ରେସ ସଭାପତି ଗୌରିଶ୍ୟାମ ପଣ୍ଡା, ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ମିଡ଼ିଆ ସେଲ ସଭାପତି ସୁଧୀର କୁମାର ପଣ୍ଡା,ଟାଉନ ସଭାପତି ରଞ୍ଜିତ ରୟ, ସୋନପୁର ବ୍ଲକ ସଭାପତି ରାଜେନ୍ଦ୍ର ମେହେର, ବରୁଣ ସୁନା,ତୁଷାର କାନ୍ତ ହୋତା ସୂର୍ଯ୍ୟ କାନ୍ତି ବାଘ,ସତ୍ୟଭାମା ମେହେର, ରାଜକିଶୋର ବାଦୀ, ନିମାଇଁ ପାଣିଗ୍ରାହୀ, ମହେନ୍ଦ୍ର ଥନାପତି, ନରେନ୍ଦ୍ର ସାହୁ,ଜିତେନ୍ଦ୍ର ନାଏକ,ନୃସିଂହ ଚରଣ ପାଣିଗ୍ରାହୀ, ଲିଙ୍ଗରାଜ ଭରାସାଗର ପ୍ରମୁଖଙ୍କ ସହ ଅନେକ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

ten − 7 =