ବୋପା ଲୋ କରୋନା ସଂକ୍ରମଣର ସ୍ଥିତି ଯାହା ହେଲାଣି…

0 170

ଭୁବନେଶ୍ୱର: ରାଜ୍ୟର ପୂର୍ବତନମନ୍ତ୍ରୀ ତଥା ବର୍ତ୍ତମାନର ଜଟଣୀ ବିଧାୟକ ସୁରେଶଚନ୍ଦ୍ର ରାଉତରାୟ (ସୁରଭାଇ) ଆଜି ମାସ୍କ ପିନ୍ଧିଛନ୍ତି । ଯାହା ସମସ୍ତଙ୍କୁ ତାଜୁବ କରିଥିଲା । କରୋନାର ପ୍ରଥମ ଲହର ଯାଇ ଦ୍ୱିତୀୟ ଲହର ସଂକ୍ରମଣସ୍ଥିତି ବିପଦଜନକ ହେବା ପରେ ନିଜେ ଆଜି ବିଧାୟକ ଶ୍ରୀ ରାଉତରାୟ ମାସ୍କ ପିନ୍ଧିବା ସପକ୍ଷରେ ମତ ରଖିବା ସହିତ ମାସ୍କ ପିନ୍ଧି ସାମ୍ବାଦିକମାନଙ୍କୁ ବିଭିନ୍ନ ସୂଚନା ଦେଇଥିଲେ । ସୁର କହିଥିଲେ “ବୋପା ଲୋ କରୋନା ସଂକ୍ରମଣର ସ୍ଥିତି ଯାହା ହେଲାଣି ତାକୁ ପ୍ରତିହତ କରିବା ପାଇଁ ମାସ୍କ ପିନ୍ଧିବା ବର୍ତ୍ତମାନ ଜରୁରୀ ।’ ଅଥଚ ପୂର୍ବରୁ ବିଧାୟକ ଶ୍ରୀ ରାଉତରାୟ ମାସ୍କ ନପିନ୍ଧିବା ପାଇଁ ଜୋର ଦେଇ ଆସିଥିଲେ । ସେ କହୁଥିଲେ ମାସ୍କ ସମସ୍ତେ ପିନ୍ଧନ୍ତୁ ମାତ୍ର ମୁଁ ମାସ୍କ ପିନ୍ଧିବି ନାହିଁ । ମୁଁ ମାସ୍କ ପିନ୍ଧିଲେ ମତେ ରୋଗ ହୋଇଯିବ । ମୋ ଦେହରେ ପ୍ରତିରୋଧକ ଶକ୍ତି ଢେର ଅଛି ତେଣୁ ସରକାରଙ୍କ ନିୟମମାନି ସମସ୍ତେ ମାସ୍କ ପିନ୍ଧନ୍ତୁ ମୁଁ ପିନ୍ଧିବି ନାହିଁ । ତେବେ ଆଜି ସୁନାପୁଅ ପରି ମନକୁ ମନ ମାସ୍କ ପିନ୍ଧି କରୋନା ନିୟମକୁ ପାଳନ କରିଥିବା ଦେଖି ଉପସ୍ଥିତ ସାମ୍ବାଦିକମାନେ ଖୁସି ହୋଇଯାଇଥିଲେ ।

hiranchal ad1
Leave A Reply

Your email address will not be published.

2 + 2 =