ସ୍ୱାବ ସଂଗ୍ରହ ପାଇଁ ଭ୍ୟାନସେବା ଆରମ୍ଭ

0 110

ସମ୍ବଲପୁର : ସମଗ୍ର ସମ୍ବଲପୁର ଜିଲ୍ଲାରେ ବର୍ତ୍ତମାନ କରୋନା ଗୋଷ୍ଠୀ ସଂକ୍ରମଣ ଅବସ୍ଥାରେ ଆସି ପହଞ୍ଚି ଥିବାରୁ ପରୀକ୍ଷା ପାଇଁ ବିଭିନ୍ନ ସ୍ଥାନରୁ ସ୍ୱାବ ସଂଗ୍ରହ ଅଭିଯାନ ହାତକୁ ନିଆ ଯାଇଛି । ଗତ ରବିବାର ଦିନ ଜନସାଧାରଣଙ୍କୁ ବାର୍ତ୍ତା ଦେଲାବେଳେ ଜିଲ୍ଲାପାଳ ଶୁଭମ ସକସେନା ଏହାର ଉଲ୍ଲେଖ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜିଠାରୁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ଏଥିପାଇଁ ଦୁଇଟି ସ୍ୱତନ୍ତ୍ର ଭ୍ୟାନସେବା ଆରମ୍ଭ କରାଯାଉଛି । ଏହି ଭ୍ୟାନ ଦୁଇଟି ସ୍ୱାବ ସଂଗ୍ରହ ପାଇଁ ସମଗ୍ର ଜିଲ୍ଲାରେ ପରିକ୍ରମା କରିବେ ଓ ଏହାଦ୍ୱାରା ଅପହଞ୍ଚ ଇଲାକାରୁ ମଧ୍ୟ ସ୍ୱାବ ସଂଗ୍ରହ କାର୍ଯ୍ୟ ସମ୍ଭବ ହୋଇପାରିବ ବୋଲି କୁହାଯାଉଛି । ଅନେକ ସମୟରେ ସ୍ୱାବ ପରୀକ୍ଷା ପାଇଁ ଇଚ୍ଛୁକ ଲୋକେ ତାଙ୍କର ବ୍ୟକ୍ତିଗତ ଅସୁବିଧା ଓ ଯାତାୟାତ ସୁବିଧା ଅଭାବରୁ ଏଥିରେ ସାମିଲ ହୋଇପାରୁ ନଥିଲେ, କିନ୍ତୁ ସେମାନଙ୍କ ପାଇଁ ସେପରି କିଛି ଅସୁବିଧା ରହିବ ନାହିଁ । ପୁଣି ଯଦି ଦୂର ଗ୍ରାମୀଣ ଅଞ୍ଚଳରେ କରୋନା ସଂକ୍ରମଣ ବ୍ୟାପୁଛି, ଯାହାକି ବର୍ତ୍ତମାନ ଆଶଙ୍କା ମଧ୍ୟ ରହିଛି, ତେବେ ସେଠାରୁ ଲୋକଙ୍କୁ ସ୍ୱାବ ପରୀକ୍ଷା ପାଇଁ ଆଣିବା ଦ୍ୱାରା ଅନ୍ୟ ଅଞ୍ଚଳରେ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଆଜିଠାରୁ ଆରମ୍ଭ ଏହି ଭ୍ୟାନସେବା ସଂକ୍ରମଣ ନିୟନ୍ତ୍ରଣରେ ସାହାଯ୍ୟ କରିବ, ଏଥିରେ ସନ୍ଦେହ ନାହିଁ ।

hiranchal ad1
Leave A Reply

Your email address will not be published.

3 × three =