ବୌଦ୍ଧ : ଆଜି ଭୋର ୫ଟା ବେଳେ ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଅଞ୍ଚଳର ତାମିଲନାଡୁ ଫେରନ୍ତା ୨୨ଜଣ ଶ୍ରମିକ ଜିଲ୍ଲାକୁ ଫେରିଥିବା ଜଣାପଡିଛି । ତାମିଲନାଡୁରୁ ସେମାନେ ଟ୍ରେନ ଯୋଗେ ଆସି ଏକ ବସ୍ରେ ବୌଦ୍ଧ ବସଷ୍ଟାଣ୍ଡ ଯାଏଁ ଆସିଥିଲେ । ତାଙ୍କ ସହିତ ବରଗଡ, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାର ମଧ୍ୟ ୫ଜଣ ଶ୍ରମିକ ରହିଥିଲେ । ଏତେ ସଂଖ୍ୟକ ଶ୍ରମିକ ବାହାର ରାଜ୍ୟରୁ ଆସି ବସଷ୍ଟାଣ୍ଡ ଅଞ୍ଚଳରେ ବୁଲାବୁଲି କରୁଥିବା ସୂଚନା ପାଇ ବୌଦ୍ଧ ପୋଲିସର ପିସିଆର ଭ୍ୟାନ ପହଞ୍ଚି ସେମାନଙ୍କୁ ଏକାଠି ରହିବାକୁ ପରାମର୍ଶ ଦେଇଥିଲା ।ଏହାପରେ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରି ଏକ ବସ୍ ଯୋଗେ ତାଙ୍କୁ କଣ୍ଟାମାଳ ବ୍ଲକ ପ୍ରଶାସନ ହେଫାଜତକୁ ପଠାଇ ଦିଆଯାଇଥିଲା । ବ୍ଲକ ପ୍ରଶାସନ ସେମାନଙ୍କୁ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ କ୍ୱାରେଣ୍ଟାଇନ ପାଇଁ ଭର୍ତ୍ତି କରିଥିଲା । ବାହାର ଜିଲ୍ଲାରୁ ଆସିଥିବା ୫ଜଣ ଶ୍ରମିକଙ୍କୁ ମଧ୍ୟ ସେହି ବସ୍ରେ ମନମୁଣ୍ଡା ପର୍ଯ୍ୟନ୍ତ ପଠାଇ ଦିଆଯାଇଥିଲା । ସେମାନେ ସେଠାରୁ ତାଙ୍କ ଜିଲ୍ଲା ପ୍ରଶାସନର ସହଯୋଗିତାରେ ନିଜନିଜ ଅଞ୍ଚଳକୁ ଯାଇଥିଲେ ।