କଣ୍ଟାମାଳ : କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ମହକୁମା କଣ୍ଟାମାଳ ଗ୍ରାମ ପଞ୍ଚାୟତର ଉଦେପୁର ଗ୍ରାମର ଶିକ୍ଷକ ଉମେଶ କହଁରଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି । ସେ କରୋନାରେ ଆକ୍ରାନ୍ତ ହେବା ପରେ ଗତ ଜୁନ୍ ୪ ତାରିଖରେ ବୌଦ୍ଧ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ଚିକିତ୍ସା କରାଯାଉଥିଲା । ଡାକ୍ତର ତାଙ୍କୁ ଇକମୋ ଚିକିତ୍ସା ପାଇଁ କୋଲକତା ନେବାକୁ ପରବାରବର୍ଗଙ୍କୁ ପରାମର୍ଶ ଦେଇଥିଲେ । ଇକମୋ ଚିକିତ୍ସା ବ୍ୟୟବହୁଳ ହୋଇଥିବାରୁ ତାଙ୍କ ପତ୍ନୀ ସୋସିଆଲ ମିଡିଆରେ ସହାୟତା ପାଇଁ ଅନୁରୋଧ କରିଥିଲେ । ତାଙ୍କୁ ବହୁ ବ୍ୟକ୍ତି ମଧ୍ୟ ସହାୟତା କରିଥିଲେ । କିନ୍ତୁ ଡାକ୍ତରଙ୍କ ବହୁ ଚେଷ୍ଟା ପରେ ତାଙ୍କର ପରଲୋକ ହୋଇଥିବା ପରିବାରବର୍ଗଙ୍କ ସୂତ୍ରରୁ ଜଣାପଡିଛି । ତାଙ୍କର ବିୟୋଗରେ କଣ୍ଟାମାଳ ଅଂଚଳରେ ଶୋକରଛାୟା ଖେଳିଯାଇଛି । ସୂଚନାଯୋଗ୍ୟ ଯେ, କଣ୍ଟାମାଳ ବ୍ଲକ ନାରାୟଣ ପ୍ରସାଦ କ୍ଲଷ୍ଟରରେ ଜଣେ ସିଆର୍ସିସି ଭାବେ ରମେଶ କାର୍ଯ୍ୟ କରୁଥିଲେ ।