ସମ୍ବଲପୁରୀ ସଙ୍ଗୀତ ଜଗତର ସମ୍ରାଟ ସ୍ବର୍ଗତ ଶ୍ରୀ ଫକୀର ମୋହନ ପଟ୍ଟନାୟକଙ୍କୁ ମରଣୋତ୍ତର ‘ପଦ୍ମ’ ପୁରସ୍କାରରେ ସମ୍ମାନିତ କରାଯାଉ

0 264

hiring

ସୁବର୍ଣ୍ଣପୁର: ସମ୍ବଲପୁରୀ ସଙ୍ଗୀତକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବା ମହାନ ସାଧକ। ସମ୍ବଲପୁରୀ ସଙ୍ଗୀତ ଜଗତର ସମ୍ରାଟ ସ୍ବର୍ଗତ ଶ୍ରୀ ଫକୀର ମୋହନ ପଟ୍ଟନାୟକଙ୍କୁ ମରଣୋତ୍ତର ‘ପଦ୍ମ’ ପୁରସ୍କାରରେ ସମ୍ମାନିତ କରିବା ପାଇଁ ବିଜେପି ଜିଲ୍ଲା ସମ୍ପାଦକ ରାମ ଶଙ୍କର ଭୋଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖିଛନ୍ତି।
ଶ୍ରୀ ଭୋଇ ଇମେଲ ଜରିଆରେ କେନ୍ଦ୍ରମନ୍ତ୍ରୀ ଙ୍କୁ ପଠାଇ ଥିବା ପତ୍ରରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଦୃଷ୍ଟି ଏବଂ ଆପଣଙ୍କ ନେତୃତ୍ୱ ଯୋଗୁଁ ଆଜି ଓଡ଼ିଶା ନୁଆଁ ସୋପାନରେ ପାଦ ଦେବାକୁ ଯାଉଛି। ବିଶେଷ ଭାବରେ ପଶ୍ଚିମ ଓଡ଼ିଶାର ବଣମଲ୍ଲି ହୋଇ ରହିଯାଇଥିବା ପ୍ରତିଭାଧରଙ୍କୁ ଲୋକଲୋଚନକୁ ଆଣି ନୁଆଁ ପରିଚୟ ଦେବାରେ ଆପଣଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ପଦ୍ମଶ୍ରୀ ହଳଧର ନାଗ ହୁଅନ୍ତୁ କି ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଳ, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଏବଂ ଏବେ ସଦ୍ୟ ତାଙ୍କ ଗ୍ରାମ ବିଲୁଙ୍ଗ କୁ ‘ରଙ୍ଗବତୀ ବିଲୁଙ୍ଗ’ ଭାରେ ନାମକରଣ କରିଛନ୍ତି। ଏହା ଏ ଅଞ୍ଚଳର କଳା ଓ ସଂସ୍କୃତି ପ୍ରତି ଆପଣଙ୍କ ସ୍ୱତନ୍ତ୍ରଧ୍ୟାନ, ସମ୍ମାନ ଏବଂ ଭଲ ପାଇବାକୁ ଦର୍ଶାଉଛି। ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଐତିହ୍ୟ ଅନନ୍ୟ। ଏହାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସମ୍ବଲପୁରୀ ସଙ୍ଗୀତକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଆଉ ଜଣେ ମହାନ ସାଧକ ହେଉଛନ୍ତି, ‘ଲିଟି ଉଡେ ଫୁରୁ ଫୁରୁରେ ମୋର ନାମ ଟେକାରୁ…’, ‘ଏ ନନୀ ସୁଲୋଚନା..,’ ‘ଲବଙ୍ଗଳତା ମୋର ଗଜମୁକୁତା..,’ ‘ଗଲା ରାତି ଝୁମୁରାର ସୁରେ ଭରମିଦେଲି ତୋର ନା…,’ ‘ରଥ ଚକା ଘିଡିଘିଡି…,’ ଭଳି ଶତାଧିକ କାଳଜୟୀ ସଙ୍ଗୀତର କଣ୍ଠଶିଳ୍ପୀ ସ୍ବର୍ଗତ ଫକୀର ପଟ୍ଟନାୟକ। ଜାତୀୟ ପୁରସ୍କାରପ୍ରାପ୍ତ ସମ୍ବଲପୁରୀ ସିନେମା ଭୁକାରେ ‘ମାଲେଶ୍ରୀ’, ଓଡ଼ିଆ ଚଳଚ୍ଚିତ୍ର ସବୁ ମାୟାରେ ବାୟା ରେ ‘ଛୁଇଁ ଦେଲେ ଛଇଲେ କେ କଦମଫୁଲ ଫୁଟେ’ ଆଦି କାଳଜୟୀ ସଙ୍ଗୀତର କଣ୍ଠଶିଳ୍ପୀ। ସମ୍ବଲପୁରୀ ସଙ୍ଗୀତ ଜଗତର ସମ୍ରାଟ ସ୍ବର୍ଗତ ଶ୍ରୀ ଫକୀର ପଟ୍ଟନାୟକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ମୂଳ ବାସିନ୍ଦା। ସେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଥିଲେ। ତାଙ୍କ ଏକ ପୂର୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସୋନପୁର ସହର ମଧ୍ୟସ୍ଥ ତାଙ୍କ ନାମରେ ନାମିତ ଏକ ଛକରେ ରହିଛି। ଜଣେ କଣ୍ଠଶିଳ୍ପୀଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହେବାରେ ଏହା ଓଡ଼ିଶାରେ ବିରଳ। ତାଙ୍କୁ ଏବଂ ତାଙ୍କ ସଙ୍ଗୀତ ସାଧନା ପ୍ରତି କୌଣସି ସରକାର ନ୍ୟାୟ ଦେଇନାହାନ୍ତି।
ଏଣୁ ଆପଣ ସ୍ବର୍ଗତ ପଟ୍ଟନାୟକଙ୍କୁ ଉଚିତ ସମ୍ମାନ ପୂର୍ବକ କେନ୍ଦ୍ର ସରକାରଙ୍କ ‘ପଦ୍ମ’ ପୁରସ୍କାର ରେ ସମ୍ମାନିତ କରାଇବା ଦିଗରେ ଉଚିତ ପଦକ୍ଷେପ ନେବେ ବୋଲି ଶ୍ରୀ ଭୋଇ ଅନୁରୋଧ କରିଛନ୍ତି। ଏହା ସମଗ୍ର ପଶ୍ଚିମାଞ୍ଚଳ ସହିତ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ମଧ୍ୟ ଗୌରବ ଆଣିଦେବ ବୋଲି ସେ କହିଛନ୍ତି।

hiranchal ad1
Leave A Reply

Your email address will not be published.

thirteen − 6 =