ଟିକାକରଣ କେନ୍ଦ୍ରରେ ଠେଲାପେଲା, ମହିଳାଙ୍କ ପଞ୍ଜରା ହାଡ଼ ଭାଙ୍ଗିଲା

0 215

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ସହରର ରାଣୀପଡା ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ମଙ୍ଗଳବାର ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଦେଖିବାକୁ ମିଳିଛି । ଟିକା ଗ୍ରହଣ ଲାଗି ଟିକାକରଣ କେନ୍ଦ୍ରରେ ଲୋକଙ୍କ ଗହଳି ଲାଗିଥିଲା । ଇତି ମଧ୍ୟରେ ଗହଳି ଭିତରେ ଟିକା ନେବାଲାଗି ଆଗଭର ହେଉଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ମହିଳା ଜଣଙ୍କ ହେଉଛନ୍ତି ପୋଲସରା ଥାନା ନିକଟ ଲକ୍ଷ୍ମଣପଲି ଗ୍ରାମର ଭାନୁମତି ସାହୁ । ଲୋକଙ୍କ ଠେଲା ଠେଲି ଭିତରେ ମହିଳା ଜଣଙ୍କ ତଳେ ପଡିଯାଇଥିଲେ । ମହିଳା ଜଣକ ତଳେ ପଡିଯିବାପରେ ସମସ୍ତେ ଚକୁଡି ଚାଲିଥିଲେ, ଯାହ ଫଳରେ ଭାନୁମତିଙ୍କ ଛାତିର ପଞ୍ଜରା ହାଡ ଭାଙ୍ଗିଯାଇଥିଲା । ପରିବାର ପକ୍ଷରୁ ଭାନୁମତିଙ୍କୁ ଉଦ୍ଧାର କରାଯାଇ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଖରାପ ହେବାରୁ ବ୍ରହ୍ମପୁର ୧୦୮ଯୋଗେ ପଠାଯାଇଥିଲା । ସ୍ଥାନୀୟ ପ୍ରଶାସନର ଢିଲା ନୀତି ଯୋଗୁଁ ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ଦେଖାଦେଇଥିଲା ବୋଲି ଆହତଙ୍କ ପୁଅ ପ୍ରତାପ ସାହୁ ପ୍ରକାଶ କରିଥିଲେ । ଘଟଣା ପରେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ତହସିଲଦାର ପ୍ରଦୀପ କୁମାର ନାୟକ ,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶ୍ନ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ପଂଚାୟତ ଲୋକମାନେ ଆସି ଏନଏସି କେନ୍ଦ୍ରରେ ଟିକା ନେବା ଯୋଗୁଁ ଗହଳି ହେଉଛି ବୋଲି ତହସିଲଦାର ଦିଲିପ କୁମାର ନାୟକ କହିଥିଲେ ।

hiranchal ad1
Leave A Reply

Your email address will not be published.

1 × 2 =