ଟିଟିଲାଗଡ,୨୦/୭଼ – କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ତଥା ଓଡ଼ିଶାଚାଷୀଙ୍କ ବକେୟା ପଇସା ପୈଠ କରିବାକୁ ଦାବି କରିବା ସହ ଏଫସିଆଇର ଚାଉଳ ଉଠାଣରେ ଅବହେଳା ବିରୁଦ୍ଧରେ ଆଜି ସ୍ଥାନୀୟ ଏଫସିଆଇ କାର୍ଯ୍ୟ ।ଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ବିଜେଡିର ବରିଷ୍ଠନେତା ପ୍ରମୋଦ ପ୍ରଧାନଙ୍କ ନେତୃତ୍ୱରେ ଏହି ଗଣଧାରଣାରେ ବିଜେଡିର ପ୍ରେମ ଜୈନ, ଅରୁଣ ମିଶ୍ର, ଶମ୍ଭୁସାହୁ, ରଞ୍ଜିତ ପୃଷ୍ଟି, ଗୀତା ବିଶି, ରମାକାନ୍ତୀ ପୂଟେଲ, ସରପଞ୍ଚ ସଂଘ ସଭାପତି ବୀରବର ସାହୁ, ସରପଞ୍ଚ ସଂଘ ଉପଦେଷ୍ଟା ଦୟାରାମ ଅଗ୍ରୱାଲ, ସରପଞ୍ଚ ମୁନିରାମ ଖର୍ସେଲ, ନରେଶ ଅଗ୍ରୱାଲ ଏବଂ ଆଖ ପାଖ ଅଞ୍ଚଳରୁ ବହୁସଂଖ୍ୟାରେ ଯୋଗ ଦେଇଥିଲେ । ପ୍ରମୋଦ ପ୍ରଧାନ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଗର୍ଜନ କରି କେନ୍ଦ୍ର ସରକାର ଯଥା ଶୀଘ୍ର ଚାଷୀଙ୍କୁ ତାଙ୍କର ଉପଯୁକ୍ତ ରାଶି ପ୍ରଦାନ କରିବାକୁ ଦାବି କରିଥିଲେ । ଗଣଧାରଣା ପରେ ଉପଜିଲ୍ଲାପାଳ ଶ୍ରୀ ମହାଜନଙ୍କୁ ଯାଇ ଏକ ଦାବିପତ୍ର ପ୍ରଦାନ କରିଥିଲେ ।