ମନ୍ତ୍ରୀ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ

0 142

ବଲାଙ୍ଗୀର,୨୬/୦୭ – ମହିଳା ଶିଶୁ ବିକାଶ ଓ ମିଶନଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଲୋକାର୍ପଣ କରିଛନ୍ତି । ସଇଁତଳା ବ୍ଳକ କରମତଲା ଠାରେ ୩୩/୧୧ଗ୍ରୀଡ୍‌ ସବଷ୍ଟେସନ ଲୋକାର୍ପଣ କରିଥିଲେ । ଆୟୋଜିତ ସଭାରେ ମନ୍ତ୍ରୀ ସାହୁ କୁମ୍ଭାରି, ତାଲବାହାଲ, କୁଇକେଡା,ଧରପଗଡ ଓ କରମତଲା ପଞ୍ଚାୟତର ୭ହଜାରରୁ ଅଧିକ ଲୋକଙ୍କ ବିଦ୍ୟୁତ ସମସ୍ୟା ସମାଧାନ ହେଲା ବୋଲି କହିବା ସହ ସରକାରଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମରେ ସହଯୋଗ ସହଭାଗିତା କାମନା କରିଥିଲେ । ଶ୍ରୀଯୁକ୍ତ ତ୍ରିପାଠୀ ଉନ୍ନତ ବିଦ୍ୟୁତ୍‌ ସେବାକୁ ବ୍ୟବହାର କରି ଉନ୍ନତ କୃଷି ଓ କୃଷି ଶିଳ୍ପରେ ସହାୟକ ହେବ ବୋଲି କହି ସୁଯୋଗର ଓ ରାଜ୍ୟ ସରକାରଙ୍କ ଯୋଜନାର ସଦବିନିଯୋଗ ପାଇଁ ଆହ୍ୱାନ ଦେଇଥିଲେ ।

hiring

ପରେ ଟିଟିଲାଗଡ ଠାରେ ତିଆରି କରାଯାଇଥିବା ଅତ୍ୟାଧୁନିକ ମୁକ୍ତିଧାମ(ଶ୍ମଶାନ) ଓ ଡିଏଭି ମହାବିଦ୍ୟାଳୟ ଠାରେ ୪୦ଶଯ୍ୟା ଛାତ୍ରୀନିବାସ ଲୋକାର୍ପଣ କରିଥିଲେ । ଏ ଅବସରରେ ମୁକ୍ତିଧାମ ଓ ମହାବିଦ୍ୟାଳୟ ପରିସରରେ ଗଛ ଲଗେଇଥିଲେ । କାର୍ଯ୍ୟକ୍ରମମାନଙ୍କରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, ଟିଟିଲାଗଡ ଉପ ଜିଲ୍ଲାପାଳ ମନୋଜ ଏସ୍‌ ମହାଜନ, ଓପିଟିସିଏଲ୍‌ ଅଧିକାରୀ ଓ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eight − five =