ଟିଟଲାଗଡର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଟୁକୁନି ସାହୁ

0 91

ଟିଟଲାଗଡ,୧୯/୧୨- ଆଜି ଟିଟଲାଗଡ ବିଧାୟିକା ତଥା ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଉପ-ଜିଲ୍ଲାପାଳଙ୍କ ସହ ଟିଟଲାଗଡର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା ତଥା ନିର୍ମାଣଧୀନ ଫ୍ଲାଏଓଭର ବ୍ରିଜ, ମହାରାଜା ସାଗର ଏବଂ ଦେଓବନ୍ଧର ସୌନ୍ଦର୍ଯ୍ୟକରଣ, କୁମୁଡା ପାହାଡ ପାଦଦେଶରେ ହେବାକୁ ଥିବା ସନ୍ତରଣାଗାର କାର୍ଯ୍ୟର ପରିଦର୍ଶନ କରିଥିଲେ । ଫ୍ଲାଏଓଭର ବ୍ରିଜର ରେଲୱେ ଅଧୀନରେ ଥିବା କାମ ଆସନ୍ତା ୨୦୨୧ ମାର୍ଚ୍ଚ ସୁଦ୍ଧା ସାରିବାକୁ ପ୍ରତିଶ୍ରୁତି ମିଳିଛି । ଅନ୍ୟାନ୍ୟ କାମପାଇଁ ପ୍ରୟୋଜନ ଅର୍ଥର ବନ୍ଦୋବସ୍ତ କରାଯାଇ ଶୀଘ୍ର ସାରିବାପାଇଁ ଚେଷ୍ଟା କରାଯାଉଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

1 × 1 =