ପୁଣି ୧୦୪୧ ପଜିଟିଭ ଚିହ୍ନଟ, ୬୫ଜଣଙ୍କ ମୁଣ୍ଡ ନେଲା କରୋନା

0 102

ଭୁବନେଶ୍ୱର: ଗତକାଲି ପରି ଆଜି ବି ହଜାରେ ଉପରେ ରହିଛି ପଜିଟିଭ ସଂଖ୍ୟା । ଗତକାଲି ୧୦୪୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୧୦୭୮ ରହିଛି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୬୨୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ୪୫୨ । ଏହାବାଦ ରାଜ୍ୟରେ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ତଥ୍ୟ ଦେଇଛନ୍ତି ସରକାର । ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬,୬୩୦କୁ ବୃଦ୍ଧି ପାଇଛି ।
ଖୋର୍ଦ୍ଧାରୁ ସର୍ବାଧିକ ୩୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୪୭, ଜଗତସିଂହପୁର, ଯାଜପୁରରୁ ୫୮ଲେଖାଏ ଆକ୍ରାନ୍ତ, କେନ୍ଦ୍ରାପଡ଼ାରୁ ୫୧, ପୁରୀରୁ ୪୮, ବାଲେଶ୍ୱରରୁ ୪୫, ମୟୂରଭଞ୍ଜରୁ ୩୫, ନୟାଗଡ଼ରୁ ୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହାବାଦ ଅନୁଗୁଳରୁ ୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୬, ଭଦ୍ରକରୁ ୨୫, ବଲାଙ୍ଗିରରୁ ୪, ବୌଦ୍ଧରୁ ୧, ଦେବଗଡ଼ରୁ ୪, ଢେଙ୍କାନାଳରୁ ୧୬, ଗଜପତିରୁ ୨, ଗଂଜାମରୁ ୬, ଝାରସୁଗୁଡ଼ାରୁ ୮, କଳାହାଣ୍ଡି-ରୁ ୧, କନ୍ଧମାଳରୁ ୬, କେନ୍ଦୁଝରରୁ ୧୨, , ମାଲକାନଗିରିରୁ ୫, ନବରଙ୍ଗପୁରରୁ ୧, ନୂଆପଡ଼ାରୁ ୫, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୨, ସୁବର୍ଣ୍ଣପୁରରୁ ୫, ସୁନ୍ଦରଗଡ଼ରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୦ ହଜାର ୭୫କୁ ବୃଦ୍ଧି ପାଇଛି । ଦିନକରେ ୬୮,୭୨୪ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ପଜିଟିଭିଟି ହେଉଛି ୧.୫୬% ।
ଅନ୍ୟପକ୍ଷରେ ଯେଉଁ ୬୫ ମୃତକଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି, ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକରୁ ୧୨, ନୟାଗଡ଼ରୁ ୬, ଅନୁଗୁଳରୁ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀରୁ ୩ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଥିବା ବେଳେ କେନ୍ଦୁଝର, ମୟୂରଭଂଜ, ଢେଙ୍କାନାଳରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଏହାବାଦ ବରଗଡ଼, ଯାଜପୁର, କଳାହାଣ୍ଡି, ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

hiring

hiranchal ad1
Leave A Reply

Your email address will not be published.

20 + 1 =