ବୌଦ୍ଧ – ଆଜି ଠାରୁ ଆଣ୍ଟିଜେନ ଟେଷ୍ଟ କିଟ୍ ଦ୍ବାରା କରୋନା ସନ୍ଦିଗ୍ଧ ମାନଙ୍କର ପରିକ୍ଷା ବୌଦ୍ଧରେ ହୋଇ ପାରିବ l ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୀବ୍ର ବେଗରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ସ୍ବାବ ନମୂନା ପରୀକ୍ଷା ଜିଲ୍ଲାସ୍ତରରେ କରାଇବା ପାଇଁ ନିଷ୍ପତି ନେଇଛନ୍ତି l ସ୍ବାବ ଟେଷ୍ଟ ଜିଲ୍ଲା ସ୍ତରରେ ହେଲେ ତୁରନ୍ତ ରିପୋର୍ଟ ଆସିବ ଓ ଏହା ଦ୍ବାରା ସମୟ ଏବଂ ଅର୍ଥ ବ୍ୟୟ ହ୍ରାସ ପାଇବ ବୋଲି ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ପ୍ରକାଶ କରିଛନ୍ତି |ସେହିପରି ତୁରନ୍ତ ରିପୋର୍ଟ ଆସିଲେ ରୋଗୀ ମାନଂକ ଚିକିତ୍ସା ତୁରନ୍ତ କରାଯାଇ ପାରିବ ଓ ସ୍ଥାନୀୟ ସଂକ୍ରମଣକୁ ମଧ୍ୟ ହ୍ରାସ କରାଯାଇ ପାରିବ ବୋଲି ଆଶା କରାଯାଉଛି l