ଗ୍ରୀନ୍ ଜୋନରେ ସରକାର ଚଳାଇପାରନ୍ତି ବସ୍‌

0 130

ଭୁବନେଶ୍ୱର : ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ କ୍ଷତିରେ ବସ୍ ଚଳାଇବାକୁ ଘରୋଇ ବସ ମାଲିକ ସଂଘ ରୋକଠୋକ୍ ମନା କରିଦେବା ପରେ ସରକାର ଆଜି ଏ ନେଇ ଚେତିଛନ୍ତି । ଲକଡାଉନର ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ଗ୍ରୀନ୍ ଜୋନ ଅଂଚଳରେ ବସ୍ ପରିବହନ ପାଇଁ ଅନୁମତି ଦେଇଥିଲେ ମଧ୍ୟ ଘରୋଇ ବସ୍ ମାଲିକ ସଂଘ ଏହାକୁ ଗ୍ରହଣ କରିନାହିଁ । ଗତ ଦେଢ ମାସ ଧରି ବସ୍ ଗୁଡିକ ଅଫ୍ ରୋଡରେ ସରକାର ରଖିଥିବା ବେଳେ ଅନରୋଡ ମଧ୍ୟ କରିନାହାନ୍ତି । ଏଥିରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗ୍ରୀନ୍ ଜୋନ୍ ମଧ୍ୟରେ ବସ ଚଳାଚଳ କଲେ ବହୁ କ୍ଷତି ସହିବାକୁ ପଡିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଛନ୍ତି । ଏ ପ୍ରସଂଗରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫାଇଲ ପଠାଯାଇଛି । ଅନୁମୋଦନ ପରେ ଏ ସଂପର୍କରେ ଘରୋଇ ବସ୍ ମାଲିକ ସଂଘକୁ ନିଷ୍ପତ୍ତି ଜଣାଇ ଦିଆଯିବ । ଅନୁମାନ କରାଯାଉଛି ଯେ, ରାଜ୍ୟ ସରକାର ଯାତ୍ରୀ ପରିବହନ ପାଇଁ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଘରୋଇ ବସ୍ ମାଲିକ ସଂଘର କ୍ଷତିକୁ ଭରଣା କରିନେଇପାରେ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ସୁବିଧା ପ୍ରଦାନ କଲେ ବସ୍ ଚଳାଇବା ପାଇଁ ଆଗ୍ରହ ଦେଖାଇବେ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ଗ୍ରୀନ୍ ଜୋନରେ ବସ ଚଳାଚଳ କରିବ ବୋଲି ଆଶା କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଆଜିଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ତଥା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ କାର୍ଯ୍ୟକାରୀ ହୋଇଛି ।

hiranchal ad1
Leave A Reply

Your email address will not be published.

thirteen + 6 =