ତୁଷୁରାରେ କରୋନା ପଜିଟିଭ : ବୌଦ୍ଧଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ଲୋକେ ଭୟଭୀତ

0 6,942

ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ରୁଷୁଡା ଗ୍ରାମପଞ୍ଚାୟତର ଲିଖିରିଆ ଗ୍ରାମରେ ତାମିଲନାଡୁ ଫେରନ୍ତା ଶ୍ରମିକ ଦେହରେ କରୋନା ପଜିଟିଭ ଦେଖାଯିବାପରେ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି । ତେଲନଦୀର ଅପରପାଶ୍ୱର୍ରେ ରୁଷୁଡା ଗ୍ରାମପଞ୍ଚାୟତର ସୀମାଥିବାରୁ ଓ ଦୈନନ୍ଦିନ ଉଭୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଯାତାୟାତ ଓ ସାମାଜିକ ସଂପର୍କ ରହିଥିବାରୁ କଣ୍ଟାମାଳ ବ୍ଲକ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଯେଉଁ ବ୍ୟକ୍ତିଙ୍କ ଦେହରେ କରୋନା ସଂକ୍ରମଣ ରିପୋର୍ଟ ବାହାରିଛି ସେହି ଗ୍ରାମର ଜନୈକ ବ୍ୟକ୍ତି ବୌଦ୍ଧଜିଲ୍ଲାର ଆମ୍ବଗାଁ ଅଞ୍ଚଳକୁ ସଂପର୍କୀୟ ଘରକୁ ଆସିଥିବା ପ୍ରଚାର ହେବାପରେ ଲୋକେ ଭୟଭୀତ ହୋଇପଡିଛନ୍ତି ।

hiring


ଏଭଳି ସ୍ଥିତିକୁ ଦେଖି କଣ୍ଟାମାଳ ତହସିଲଦାର ଓ ପୋଲିସ ତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜାମୁଟ-ଗୁଡଭେଲା ଓ କଣ୍ଟାମାଳ-ତରଭାକୁ ଯୋଗାଯୋଗ କରୁଥିବା ତେଲନଦୀର ଉଭୟ ପୋଲକୁ ସିଲ୍‌୍‌କରି ପୋଲିସ ପହରା ବ୍ୟବସ୍ଥା ଆଜି ଭୋର୍ ସକାଳୁ କରିଛି । ସେହିଭଳି ଫାସେଡ-ରୁଷୁଡା , ଟପନ୍ନା-ଅର୍ଜୁନପୁର ଓ ଘଣ୍ଟାପଡା-ବସାଶଙ୍କର ତେଲନଦୀ ଘାଟକୁ ସିଲ୍ କରାଯାଇ ପୋଲିସ ମୁତୟନ କରିଛି । ଡଙ୍ଗା ଚଳାଚଳ ସଂପୂର୍ଣ୍ଣ ବନ୍ଦକରି ଦିଆଯାଇଛି । ସମଗ୍ର ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କଡାକଡି କରାଯିବା ସହିତ ଲୋକମାନଙ୍କୁ ଘରଭିତରେ ହିଁ ରହିବାପାଇଁ ତାଗିଦ କରାଯାଉଛି ।
ତାମିଲନାଡୁରୁ ଫେରିଥିବା ଶ୍ରମିକମାନେ ୧୫ଦିନ ମଧ୍ୟରେ ଅନେକ ଲୋକଙ୍କ ସହ ମିଶିଥିବା ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଜାଣିବାପରେ ବୌଦ୍ଧଜିଲ୍ଲାର ସୀମାବର୍ତ୍ତୀ ଗୁଡଭେଲା ବ୍ଲକ ଅନ୍ତର୍ଗତ ଦେଓଗାଁ, ଗୁଡଭେଲା ଓ ତୁଷୁରା ଏନଏସିର ୨୧ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳଭାବରେ ଘୋଷଣା କରିଛି । ଲିଖିରିଆ ଗ୍ରାମର ଜଣେ ବ୍ୟକ୍ତି ଦୁଇଦିନ ତଳେ କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତର ଡେଢନମାଲ ଗ୍ରାମକୁ ଆସି ନିଜ ସଂପର୍କୀୟ ଘରେ ଥିବା କାଲି ଅପରାହ୍ନରେ ପ୍ରଚାର ହୋଇଥିଲା । ଘଣ୍ଟାପଡା ଫାଣ୍ଡି ଓ କଣ୍ଟାମାଳ ପୋଲିସ ଓ ସ୍ୱାସ୍ଥ୍ୟବିଭାଗ ଦେଢନମାଳ ଯାଇ ଲିଖିରିଆ ଗ୍ରାମର ସେହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମେତ ଯାହାଘରେ ଥିଲା ତାଙ୍କ ପରିବାରର ୨ଜଣଙ୍କୁ ଆଣି ଆମ୍ବଗାଁ କୋଭିଡ-୧୯ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କ୍ୱାରେଣ୍ଟାଇନରେ ରଖିଛି । ୩ଜଣଙ୍କ ଠାରୁ ପରୀକ୍ଷାପାଇଁ ନମୁନା ସଂଗ୍ରହ କରି ରିପୋର୍ଟ ପାଇଁ ଭୁବନେଶ୍ୱର ପଠାଯାଇଥିବା ଜଣାପଡିଛି । ସେମାନେ କରୋନା ସଂକ୍ରମିତ କି ନାହିଁ ରିପୋର୍ଟ ଆସିବାପରେ ସ୍ପଷ୍ଟ ହେବ ।
ଗ୍ରାନ ଜୋନରେ ଥାଇ ଆଶ୍ୱସ୍ତି ଲାଭ କରୁଥିବା ବୌଦ୍ଧଜିଲ୍ଲା ପ୍ରଶାସନ ଏବେ କଣ୍ଟାମାଳ ବ୍ଲକରେ ସକ୍ରିୟ ହୋଇଉଠିଛି । ତୁଷୁରା ଅଞ୍ଚଳକୁ ଥିବା ସମସ୍ତ ପ୍ରବେଶପଥକୁ ଲକଡାଉନ ସମୟରୁ ହିଁ ପ୍ରଶାସନ କାଗଜପତ୍ରରେ ସିଲ୍ କରିଥିଲା । ଉଭୟ ଅଞ୍ଚଳର ଲୋକଙ୍କ ନିୟମିତ ଯାତାୟାତ ଚାଲିଥିଲେ ମଧ୍ୟ ସେଥିପ୍ରତି ପୋଲିସ ଓ ପ୍ରଶାସନର କୌଣସି ଲଗାମ ନଥିଲା । ବର୍ତ୍ତମାନର ପରିସ୍ଥିତିକୁ ଦେଖି ସେସବୁ ସୀମାପଥକୁ ଆଉଥରେ ପ୍ରଶାସନ ସିଲ୍ କରିଥିବାବେଳେ ଅଞ୍ଚଳବାସୀ ଭୟଭୀତ ହୋଇ ରହିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

five × 1 =