ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ : ଉମାଶଙ୍କର ଭୁବନେଶ୍ୱର ନୂଆ ଡିସିପି, ସାଗରିକା ସୁନ୍ଦରଗଡ ଏସପି

0 206

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆପିଏସ୍ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ବରିଷ୍ଠ ଆଇପିଏସ୍ ଏମ୍ ଅକ୍ଷୟଙ୍କୁ ରାଜ୍ୟ ପୁଲିସ ହାଉସିଂ କର୍ପୋରେସନର ସିଏମଡି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ କୋଇଲା ନିର୍ଦ୍ଦେଶକ ଥିବା ଆଇପିଏସ ସତ୍ୟଜିତ ମହାନ୍ତଙ୍କୁ ଅଗ୍ନିଶମ ଡିଜି ଭାବେ ଅବସ୍ଥାପିତ କରାଯାଇଛି । ପୁଲିସ ହାଉସିଂ କର୍ପୋରେସନରେ ଏଡିଜି ଥିବା ଲଳିତ କୁମାର ଦାସଙ୍କୁ କମୁନିକେସନ ଦାୟିତ୍ୱ ଦିଆଯାଇ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଏଡିଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ କ୍ରାଇମବ୍ରାଞ୍ଚ ଦାୟିତ୍ୱ ଦିଆଯାଇଛି । ଆଇଜି ପ୍ରବୀଣ କୁମାରଙ୍କୁ ଆଇନ ଶୃଙ୍ଖଳା ଦିଆଯାଇଥିବା ବେଳେ ଭୁବନେଶ୍ୱର ଡିସିପି ଦାୟିତ୍ୱରେ ଥିବା ଡିଆଇଜି ପାହ୍ୟାର ଅଧିକାରୀ ଅନୁପ କୁମାର ସାହୁଙ୍କୁ ଗୁଇନ୍ଦା ବିଭାଗର ଦାୟିତ୍ୱ ଦିଆଯାଇଛି । ଏସପି ଭିଜିଲାନ୍ସ ସାର୍ଥକ ଷଡଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ , ପୁରୀ ଏସପି ଉମାଶଙ୍କର ଦାସଙ୍କୁ ଭୁବନେଶ୍ୱର ଡିସିପି, କଟକ ଡିସିପି ଅଖିଲେଶ୍ୱର ସିଂଙ୍କୁ ପୁରୀ ଏସପି, ଗଜପତି ଏସ୍‌ପି ସାରା ଶର୍ମାଙ୍କୁ ଭିଜିଲାନ୍ସ ଏସପି, କନ୍ଧମାଳ ଏସପି ପ୍ରତୀକ ସିଂହଙ୍କୁ କଟକ ଡିସିପି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ନୂଆପଡା ଏସପି ବିନିତ ଅଗ୍ରୱାଲଙ୍କୁ କନ୍ଧମାଳ, କମିଶନରେଟ ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କୁ ସୁନ୍ଦରଗଡ ଏସପି, ସୁନ୍ଦରଗଡ ଏସ୍ ସୌମ୍ୟା ମିଶ୍ରଙ୍କୁ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଭାବେ ନିଯୁକ୍ତି ଦିଆଯାଇଛି । ଦେବଗଡ ଏସପି ରାହୁଲ ଜୈନଙ୍କୁ ନୂଆପଡା ମୁଖ୍ୟାଳୟରେ ଥିବା ଏଆଇଜି ଏସ୍‌ସି ଜମାଦାରଙ୍କୁ ଦେବଗଡ ଏବଂ କ୍ରାଇମବ୍ରାଞ୍ଚ ତପନ କୁମାରଙ୍କୁ ଗଜପତି ଭାବେ ବଦଳି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଗୃହ ବିଭାଗ ପକ୍ଷରୁ ଏ ନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

hiranchal ad1
Leave A Reply

Your email address will not be published.

six + 5 =