ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ

0 97

ପୁରୀ ୫।୧୧ : ଉତ୍ତରାଖଣ୍ଡର କେଦାରନାଥ ନାଥ ପୀଠ ଠାରେ‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ ସହ କେଦାର ନାଥ ପୀଠର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସହିତ ଚାରି ପୀଠକୁ ଭିଡିଓ କନଫରେନସିଂ ମାଧ୍ୟମରେ ସଂଯୋଜିତ କରାଯାଇଥିଲା। ପୁରୀର ସଦାଶିବ ସଂସ୍କୃତ ବିଶ୍ଵବିଦ୍ୟାଳୟ ପରିସରରେ ଏହି ଅବସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର, ବ୍ରହ୍ମଗିରି ଓ ପୁରୀ ବିଧାୟକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କେଦାରନାଥ ଠାରେ ପ୍ରଧାନମନ୍ତ୍ରୀଙ୍କ ଶଙ୍କରାଚାର୍ଯ୍ୟ ପ୍ରତିମୂର୍ତ୍ତି ଅନାବରଣ ଓ ଉନ୍ନତିମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ସିଧାପ୍ରସାରଣ କରାଯାଇଥିଲା। ପୁରୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଠାଧୀଶ ଓ ଧର୍ମାଚାର୍ଯ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କର ସବୁ ଧର୍ମପୀଠର ଉନ୍ନତିକରଣ କାର୍ଯ୍ୟ ଓ ଏକାଠି ଯୋଡିବାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ଆଧ୍ୟାତ୍ମିକତା ଓ ବୈଷୟିକ ଜ୍ଞାନରେ ଭାରତ ବିଶ୍ଵରେ ପ୍ରମୁଖ ଦେଶ ଭାବେ ପରିଗଣିତ ହେବାକୁ ଯାଉଥିବା ମତପ୍ରକାଶ ପାଇଥିଲା। କେଦାରନାଥ ଭଳି ପୁରୀ ଧାମର ମଧ୍ୟ ବିକାଶ ସହ ମଠ ସଂସ୍କୃତିର ଉନ୍ନତି ମଧ୍ୟ କରାଯିବ ବୋଲି ଆଶା ପ୍ରକାଶ ପାଇଥିଲା।

hiring

hiranchal ad1
Leave A Reply

Your email address will not be published.

three − one =