ଭିମସାରଠାରେ କୋଭିଡ ଟେଷ୍ଟିଂ କ୍ଷମତା ଅବ୍ୟାହତ ରଖାଯାଉ

0 175

ସମ୍ବଲପୁର: ବହୁ ଘାତ ପ୍ରତିଘାତ ପରେ ସ୍ଥାନୀୟ ଭିମସାରରେ କୋଭିଡ ଟେଷ୍ଟିଂ କେନ୍ଦ୍ର ଆରମ୍ଭ ହୋଇପାରିଛି । ଇତିମଧ୍ୟରେ ସେଠାରେ ସ୍ଥାପିତ ଏକ ଟେଷ୍ଟିଂ ୟୁନିଟ ଠିକଭାବେ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏଥିରେ ବ୍ୟବହୃତ ମେସିନରେ କିଛି ଅସୁବିଧା ରହିଯାଇଥିବାରୁ ଏପରି ହେଉଛି ବୋଲି ସେଠାରେ କାର୍ଯ୍ୟରତ ବିଶେଷଜ୍ଞମାନେ ଅଭିଯୋଗ କରୁଛନ୍ତି । ଇତିମଧ୍ୟରେ ବ୍ୟବହାର ହୋଇ ପାରୁନଥିବା ଏହି ମେସିନକୁ ରାଉରକେଲା ସ୍ଥାନାନ୍ତରିତ କରିବାପାଇଁ ଯୋଜନା କରାଯାଉଛି । ଏହି ପ୍ରସ୍ତାବକୁ ଏଠାରେ ଘୋର ବିରୋଧ କରାଯାଉଛି ଓ ଦାବି କରାଯାଉଛି ଯେ ଏହାକୁ ଏଠାରେ ହିଁ କାର୍ଯ୍ୟକ୍ଷମ କରିବାପାଇଁ ଚେଷ୍ଟା କରାଯାଉ । ଏହାଦ୍ୱାରା ଭିମସାର ଠାରେ କୋଭିଡ ଟେଷ୍ଟିଂ କ୍ଷମତା ଅବ୍ୟାହତ ରହିପାରିବ । ଯଦି ଆବଶ୍ୟକ ମରାମତି ପରେ ଏହି ମେସିନ ରାଉରକେଲାରେ କାର୍ଯ୍ୟକ୍ଷମ ହୋଇପାରିବ ତାହାଲେ ଏଠାରେ ଏହାର ମରାମତି କାହିଁକି ହୋଇପାରିବ ନାହିଁ ବୋଲି ଏଠାକାର ବୁଦ୍ଧିଜୀବୀ ମହଲରେ ଆଲୋଚନା କରାଯାଉଛି । ଏଣୁ ଏହାକୁ ଏଠାରୁ ରାଉରକେଲାକୁ ସ୍ଥାନାନ୍ତରଣ ଏକ ଚକ୍ରାନ୍ତ ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।

hiranchal ad1
Leave A Reply

Your email address will not be published.

four × four =