ଭୁବନେଶ୍ୱର : ଭାରତର ବୃହତ୍ତମ ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦର ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଲିମିଟେଡ ପକ୍ଷରୁ ଅପ୍ରେଲ ୧୪ ରୁ ୨୧ ପର୍ଯ୍ୟନ୍ତ ଓଡ଼ିଶାର ଲାଞ୍ଜିଗଡ଼ ଠାରେ ଥିବା ଆଲୁମିନା ରିଫାଇନାରୀରେ ଏବଂ ଓଡ଼ିଶାର ଝାରସୁଗୁଡ଼ା ଠାରେ ଥିବା ଆଲୁମିନିୟମ ଏବଂ ପାୱାର ଅପରେସନ ଠାରେ ୭୮ ତମ ଜାତୀୟ ଅଗ୍ନି ସେବା ସପ୍ତାହ ପାଳିତ ହୋଇଥିଲା । ଏହି ଅବସରରେ, ସାହସୀ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ମାନ ପ୍ରଦାନ କରିବା ସହ ଅଗ୍ନି ନିରାପତ୍ତା ପ୍ରତି ଥିବା କମ୍ପାନିର ପ୍ରତିବଦ୍ଧତାକୁ ଦୋହରାଯାଇଥିଲା । ସ୍ମୃତିର ଏକ ଅଂଶ ଭାବରେ, ବେଦାନ୍ତ ଅଗ୍ନିଶମ କେନ୍ଦ୍ରରେ ବୃକ୍ଷରୋପଣ କାର୍ଯ୍ୟ କରାଯାଇଥିଲା । କର୍ମଚାରୀ, ସେମାନଙ୍କ ପରିବାର, ବ୍ୟବସାୟିକ ସହଯୋଗୀମାନଙ୍କ ପାଇଁ ଚଳିତ ବର୍ଷର ଜାତୀୟ ଅଗ୍ନିଶମ ସେବା ଦିବସ ବିଷୟ ବସ୍ତୁ “ଅଗ୍ନିଜନିତ ବିପଦ ପ୍ରଶମନ ପାଇଁ ପ୍ରମୁଖ ଅଗ୍ନି ନିରାପତ୍ତା ଉପକରଣର ରକ୍ଷଣାବେକ୍ଷଣକୁ ନେଇ ଅଗ୍ନି ନିରାପତ୍ତା ତାଲିମ ଏବଂ ସଚେତନତା କାର୍ଯ୍ୟକ୍ରମ ସହିତ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କମ୍ପାନୀ ମଧ୍ୟ ବସନ୍ତପଡ଼ା ନନ୍ଦଘର, ଲାଞ୍ଜିଗଡ଼ ଠାରେ ଅଗ୍ନି ସଚେତନତା ତାଲିମ ପରିଚାଳନା କରିଥିଲା ।
କମ୍ପାନିର ନିରାପତ୍ତା ସଂସୃତି ସମ୍ବନ୍ଧରେ ରାହୁଲ ଶର୍ମା, ଡ଼େପୁଟି ସିଇଓ, ଆଲୁମିନିୟମ୍ ବିଜିନେସ, ବେଦାନ୍ତ ଲିମିଟେଡ଼୍ କହିଥିଲେ ଯେ ଶୂନ୍ୟ କ୍ଷତି, ଶୂନ୍ୟବର୍ଜ୍ୟ ଓ ଶୂନ୍ୟ ନିଷ୍କାସନକୁ ସୁନିଶ୍ଚିତ କରି ଆମର ପରିଚାଳନାର ନୀତି ମଧ୍ୟରେ ଏହା ଅନ୍ତର୍ଭୁକ୍ତ ରହିଛି ଏବଂ ଏହି ଦିଗରେ ଆମେ ଆମର କାର୍ଯ୍ୟଧାରା ଜାରୀ ରଖିବୁ । ଏହା ଦ୍ୱାରା ଦେଶ ତଥା ଆମର ଉପଭୋକ୍ତାଙ୍କ ପ୍ରତି ଆମେ ଆମର ଦାୟିତ୍ୱ ନିର୍ବାହ କରିବାକୁ ପ୍ରତିବଦ୍ଧ । ଯେହେତୁ ଆମେ ଆମର ଦାୟିତ୍ୱକୁ ଦେଶ ତଥା ଆମ ଭାରତୀୟ ଗ୍ରାହକ ମାନଙ୍କ ପାଇଁ ଏକ ବୃହତ୍ତମ ଆଲୁମିନିୟମ୍ ଉତ୍ପାଦନକାରୀ ସଂସ୍ଥା ରୂପେ ପ୍ରତିଶୃତି ପ୍ରଦାନ କରିବ । ଆମେ ଏଭଳି ଏକ କାର୍ଯ୍ୟ ସଂସ୍କତି ପ୍ରଣୟନ କରିଛୁ ଯେଉଁଥିରେ ଆମ କର୍ମଚାରୀ, ସହଯୋଗୀ ଓ ସାଧନ ସୁରକ୍ଷା ହୋଇ ପାରିବ । ଏହାକୁ ସକ୍ଷମ କରିବା ପାଇଁ ଆମେ ସ୍ୱାସ୍ଥ୍ୟ ଓ ନିରାପତ୍ତା ପରିଚାଳନା କ୍ଷେତ୍ରରେ ସବୁଠାରୁ ଉନ୍ନତ ମାନର ଅଭ୍ୟାସ ଅବଲମ୍ବନ କରୁଛୁ ଓ ଡ଼ିଜିଟାଲ୍ ସମାଧାନ ହାସଲ କରି ଆମର ପରିଚାଳନା ପ୍ରକ୍ରିୟାକୁ କାର୍ଯ୍ୟକାରୀ କରି ନିରାପତ୍ତା କ୍ଷେତ୍ରରେ ଦୃଢ ନେତୃତ୍ୱ ହାସଲ କରିଛୁ ।
ଏହି ଅବସରରେ ଶ୍ରୀଯୁକ୍ତ ତୁର୍ତନ ବାର୍ଲା, ଅଗ୍ନିଶମ ଅଧିକାରୀ, ମେସର୍ସ ଆଡ଼ପ୍ରୋ ଫାୟାର ସର୍ଭିସେସ୍ର ଯିଏକି ବେଦାନ୍ତ ସହିତ ସଂମ୍ପୃକ୍ତ ସେ କହିଥିଲେ ଯେ ବେଦାନ୍ତ ସହିତ ଫାୟାର ଫାଇଟର ରୁପେ କାର୍ଯ୍ୟ କରିପାରୁଥିବାରୁ ଆମେ ନିଜକୁ ଗର୍ବିତ ମନେକରୁ । କାରଣ ଆମର ଟିମ୍ ଏକ ସୁସ୍ଥ ପରିବେଶ ଗଠନରେ ସବୁବେଳେ କାର୍ଯ୍ୟ କରି ଆସୁଛି । ନିରାପତ୍ତା ସଂସ୍କୃତିର ଆବଶ୍ୟକତା ପୁରଣ ଦ୍ୱାରା ପରିଚାଳନା ପ୍ରଣାଳୀରେ ସୁରକ୍ଷା ବ୍ୟବସ୍ଥା ଆସିପାରିବ । ଏଥିପାଇଁ ବେଦାନ୍ତ ବିଶ୍ୱ ସ୍ତରରେ ସର୍ବୋଚ୍ଚ ଅଭ୍ୟାସ ପାଳନ କରୁଛି ଓ ଏହାର ସମସ୍ତ ଅଂଶିଦାରଙ୍କ ମାନଙ୍କର ସର୍ବବିଧ କଲ୍ୟାଣ ପାଇଁ ନିରାପତ୍ତା ମାନକକୁ ପ୍ରାଧାନ୍ୟ ଦେଉଛି ।