ବେଦାନ୍ତ ଝାରସୁଗୁଡ଼ାର କୃଷି ସମ୍ପ୍ରଦାୟ ପାଇଁ ଅନ୍‌ଲାଇନ୍ ତାଲିମ୍ କାର୍ଯ୍ୟକ୍ରମ

0 80

ଝାରସୁଗୁଡ଼ା : ଦେଶର ବୃହତ୍ତମ ଆଲୁମିନିୟମ ଉତ୍ପାଦକ ବେଦାନ୍ତ, ସିରିଆପାଲି, ଗୁଦିଗାଓଁ ଏବଂ କେଲେଣ୍ଡାମାଲ ଗ୍ରାମରୁ ପ୍ରାୟ ୨୫୦ କୃଷକଙ୍କ ପାଇଁ ଜୈବିକ କୃଷି, ଫସଲର ଯତ୍ନ, ଅମଳ ପରବର୍ତ୍ତୀ ପରିଚାଳନା, ଉତ୍ପାଦ ବିକ୍ରୟ ଏବଂ ମାର୍କେଟିଂ ପାଇଁ ଏକ ପ୍ରଶିକ୍ଷଣ ଅଧବବେଶନ ଆୟୋଜନ କରିଥିଲା ।
କମ୍ପାନୀର ସିଏସ୍‌ଆର ଅନ୍ତର୍ଭୁକ୍ତ ଜୀଭିକା ସମୃଦ୍ଧି କାର୍ଯ୍ୟକ୍ରମ ଅଧିନରେ ଏହି ଟ୍ରେନିଂ ଦୁଇଟି ପର୍ଯ୍ୟାୟରେ ଆରମ୍ଭ କରାଯାଇଥିଲା । କୃଷିବିଜ୍ଞାନ କେନ୍ଦ୍ର, କେନ୍ଦ୍ରାପଡ଼ା (କେଭିକେ)ର ବୈଜ୍ଞାନିକମାନଙ୍କ ସହିତ କୃଷି ଉଦ୍ୟୋଗୀଙ୍କ ଭର୍ଚୁଆଲ୍ ଟ୍ରେନିଂ ଅଧିବେଶନ ଏବଂ କୃଷି ଉଦ୍ୟୋଗୀ ଏବଂ କୃଷକମାନଙ୍କ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟରେ ସାଥି-ଶିକ୍ଷା କର୍ମଶାଳା ଆୟୋଜନ କରାଯାଇଥିଲା ।
କମ୍ପାନୀର ସାମାଜିକ ପ୍ରସାରଣ ପଦକ୍ଷେପକୁ ନେଇ ବେଦାନ୍ତ ସିଇଓ ସିଏନ୍ ସିଂ କହିଛନ୍ତି ଯେ, ‘ଦେଶର ବୃହତ୍ତମ ଆଲୁମିନିୟମ ଉତ୍ପାଦକ ଭାବରେ ଭାରତର ଆତ୍ମନିର୍ଭରଶୀଳାତକୁ ବୃଦ୍ଧି କରିବା ପାଇଁ ଆମେ ଆମର ମିଶନ ପୂରଣ କରୁଥିବା ବେଳେ, ଆମର ସାମାଜିକ ଦାୟିତ୍ୱବୋଧ ବିଷୟରେ ଯତ୍ନଶୀଳ ଅଛୁ । ମହିଳା ଉଦ୍ୟୋଗୀମାନଙ୍କୁ ସକ୍ଷମ କରିବା ଏବଂ କୃଷକମାନଙ୍କୁ ସେମାନଙ୍କର ଜୀବିକାକୁ ଅଧିକ ରେଜାଗାରକ୍ଷମ କରିବାରେ ସାହାଯ୍ୟ କରିବା ଠାରୁ ଆରମ୍ଭ କରି କମ୍ପ୍ୟୁଟର ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ଡିଜିଟାଲ୍ ବିଭାଜନକୁ ଦୂର କରିବା ପର୍ଯ୍ୟନ୍ତ ଆମେ ଏହି ଅଞ୍ଚଳରେ ଜୀବନ ଏବଂ ଜୀବିକାରେ ପରିବର୍ତ୍ତନ ପାଇଁ ଏକାଧିକ ଦିଗରେ କାର୍ଯ୍ୟ କରୁଛୁ । ଭାରତର ଅର୍ଥନୀତିର ମେରୁଦଣ୍ଡ କୃଷି ଉପରେ ଗୁରୁତ୍ୱପୂର୍ଣ୍ଣ ଧ୍ୟାନ ଦେଇ ଆମେ ଜୀବିକା ସମୃଦ୍ଧି ପ୍ରକଳ୍ପ ଗଠନ କରିଛୁ ଯାହା ଉତ୍ପାଦନ ବୃଦ୍ଧି ତଥା କୃଷକଙ୍କ ଆୟ ବୃଦ୍ଧି ପାଇଁ ପ୍ରଯୁକ୍ତିବିଦ୍ୟା, ଜ୍ଞାନକ କୌଶଳ ଏବଂ ସମ୍ବଳକୁ ଏକତ୍ର କରିଥାଏ ।
କେଭିକେ, ଝାରସୁଗୁଡ଼ାର ବରିଷ୍ଠ ବୈଜ୍ଞାନିକ ମନୋଜ କୁମାର ବାରିକ କହିଛନ୍ତି ଯେ, ଏହିପରି କାର୍ଯ୍ୟକ୍ଷମ ସମୃଦ୍ଧ କୃଷି ଇକୋସିଷ୍ଟମକୁ ସକ୍ଷମ କରିବା ପାଇଁ ନିତ୍ୟାନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ସହଭାଗିତାରେ ବେଦାନ୍ତ, କୃଷକମାନଙ୍କୁ ବିଭିନ୍ନ ଦକ୍ଷତା ତାଲିମ୍ ଏବଂ ବିଶେଷଜ୍ଞ ପରାମର୍ଶ ପହଞ୍ଚାଉଛି । ଆମେ ସମୟାନୁବର୍ତ୍ତୀ, କଷ୍ଟୋମାଇଜ୍ ଏବଂ ଇଣ୍ଟରାକ୍ଟିଭ୍ ଅଧିବେଶନ ନିଶ୍ଚିତ କରିବାକୁ ଚେଷ୍ଟା କରୁ ଯାହା ଦୀର୍ଘ ଦିନରେ କୃଷକମାନଙ୍କୁ ପ୍ରକୃତରେ ଉପକୃତ କରିପାରିବ ।
କେଲେଡ଼ାମାଲ ଗ୍ରାମର କୃଷି ଉଦ୍ୟୋଗୀ ଶ୍ରୀମତୀ ନଳିନୀ ପଟେଲ କହିଛନ୍ତି ଯେ, ଏହିପରି ତାଲିମ୍ କାର୍ଯ୍ୟକ୍ରମଗୁଡ଼ିକ ଆମର ଦକ୍ଷତାକୁ ବମାଇଥାଏ ଏବଂ ଚାଷ ସହ ଜଡ଼ିତ ଆମର ସମସ୍ତ ପ୍ରଶ୍ନର ସମାଧାନ କରିଥାଏ । ବିଶେଷଜ୍ଞ ପ୍ରଶିକ୍ଷକମାନେ ଉନ୍ନତ କୃଷି କୌଶଳ ଉପରେ ଅନେକ ସୂଚନା ଏବଂ ଜ୍ଞାନ ପ୍ରଦାନ କରିଛନ୍ତି ଯାହା ଭବିଷ୍ୟତରେ ଅନ୍ୟ କୃଷକମାନଙ୍କ ପାଇଁ ମଧ୍ୟ ସହାୟକ ହେବ । ସାମ୍ପ୍ରତିକ କରୋନା ପରିସ୍ଥିତିରେ ଏହି ଭର୍ଚୁଆଲ୍ ଟ୍ରେନିଂ ଏବଂ ଜୀବିକା ସମୃଦ୍ଧି ପ୍ରକଳ୍ପ ଅଧୀନରେ ଆମର କୃଷି ଭାତୃଭାବକୁ ସମର୍ଥନ କରି ମୁଁ ବେଦାନ୍ତ ଏବଂ ଏନଜିଓ ଝଋଡଇ ପାଇଁ କୃତଜ୍ଞ ।

hiranchal ad1
Leave A Reply

Your email address will not be published.

twelve + 18 =