ଭୁବନେଶ୍ୱର : ଭାରତର ବୃହତମ ମେଟାଲ ଏବଂ ଅଏଲ୍- ଗ୍ୟାସ୍ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ପକ୍ଷରୁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ)ର ବିକାଶ ପାଇଁ ‘ବେଦାନ୍ତ ସାଥି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ତଥା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଦ୍ୱାରା ଏହାର ଲୋକାର୍ପଣ କରାଯାଇଛି । ଏହି ଅବସରରେ ବେଦାନ୍ତ ରିସୋର୍ସ ଲିଃ.ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଉପସ୍ଥିତ ଥିଲେ । କମ୍ପାନୀ ପକ୍ଷରୁ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଧରି ଏମ୍ଏସ୍ଏମ୍ଇ ଇକୋସିଷ୍ଟମ୍ର ବିକାଶ ପାଇଁ ଭାଲ୍ୟୁ-ଚେନ୍, ସପ୍ଲାଏ ଚେନ୍ ଏବଂ ସୋସିଆଲ ଡେଭଲପ୍ମେଂଟ୍ ପ୍ରୋଗ୍ରାମ୍ ଆଦି ଉପଲବ୍ଧ କରାଯାଉଛି । ସାଥି କାର୍ଯ୍ୟକ୍ରମ ଦ୍ୱାରା ଏମ୍ଏସ୍ଏମ୍ଇକୁ ବହୁବିଧ ସୁବିଧା ପ୍ରଦାନ କରିବାର ସୁବିଧା ରହିଛି । ଅଗ୍ରଣୀ ବ୍ୟାଙ୍କ, ଏନ୍ବିଏଫ୍ସି ଏବଂ ଫିନ୍ ଟେକ୍ ଫାର୍ମଗୁଡ଼ିକରୁ ଆବଶ୍ୟକ ଆର୍ଥିକ ସହାୟତା ଏହା ଦ୍ୱାରା ଯୋଗାଇ ଦିଆଯିବ । ବେଦାନ୍ତରୁ ଉଚ୍ଚ ଗୁଣବତା ଯୁକ୍ତ (ହାଇ କ୍ୱାଲିଟି ଭାଲ୍ୟୁ ଆଡେଡ୍) ଉତ୍ପାଦ କ୍ରୟ କରିବା ସମୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଇ-କମର୍ସ ସମାଧାନ ଶୀଘ୍ର ଯୋଗାଇ ଦିଆଯିବ । ଏହା ସହିତ ମାଇକ୍ରୋ ଲଜିଷ୍ଟିକ୍ ଅଂଶୀଦାରଙ୍କ ସହାୟତାରେ ଡୋର୍ ଷ୍ଟେପ୍ ଡେଲିଭରୀ ଯୋଗାଇ ଦିଆଯିବ । ବୈଷୟିକ ଦକ୍ଷତା ବୃଦ୍ଧି ପାଇଁ ବେଦାନ୍ତ ପକ୍ଷରୁ ଗବେଷଣା ସଂସ୍ଥା, ଶିଳ୍ପ ସଂଗଠନ, ଇନ୍ ହାଉସ୍ ଏବଂ ବାହାର ବିଶ୍ୱସ୍ତରୀୟ ବିଶେଷଜ୍ଞଙ୍କ ଦ୍ୱାରା ଯୋଗାଇ ଦିଆଯିବ । ବେଦାନ୍ତ ପ୍ଲାଂଟ୍ ନିକଟରେ ସହଯୋଗୀ/ପ୍ରାଥମିକ ନିର୍ମାଣକାରୀ ୟୁନିଟ୍ ସ୍ଥାପନ କରାଯାଇ ଏମ୍ଏସ୍ଏମ୍ଇଗୁଡିକୁ ଧାର୍ଯ୍ୟ ସମୟ ମଧ୍ୟରେ କଂଚାମାଲ(ହଟ୍ ମେଟାଲ ସପ୍ଲାଏ)ର ଡେଲିଭରୀ, କମ୍ କାର୍ଯ୍ୟକାରୀ ପୁଞ୍ଜି ଏବଂ କ୍ୟାପେକ୍ସ୍ ସୁବିଧା ପ୍ରଦାନ କରାଯିବ । ବେଦାନ୍ତର କ୍ୱାଲିଟି, ପ୍ରଡକ୍ଟ ଆପ୍ଲିକେଶନ, ଇଞ୍ଜିନିୟରିଂ ଏବଂ ନବୀକରଣ ଟିମ୍ ଦ୍ୱାରା ୱେବ ପୋର୍ଟାଲ ମାଧ୍ୟମରେ ସିଙ୍ଗଲ୍ ୱିଣ୍ଡୋ ଦ୍ୱାରା ଏମ୍ଏସ୍ଏମ୍ଇ ସହିତ ଭାବ ବିନିମୟ କରାଯାଇ ପାରିବ । ସାଥି କାର୍ଯ୍ୟକ୍ରମର ଲୋକାର୍ପଣ କରି ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ତଥା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଲେ, ମହାମାରୀ ଯୋଗୁ ବିଶ୍ୱର ସପ୍ଳାଏ ଚେନ୍, ବିଭିନ୍ନ ଦେଶ, ଶିଳ୍ପ ଆଦି ପ୍ରଭାବିତ ହୋଇଛି । ତେଣୁ ସୋର୍ସ ସପ୍ଲାଏ ଏବଂ ସେବାକୁ ବିକେନ୍ଦ୍ରିକରଣ କରାଯାଉଛି । ଏହାଦ୍ୱାରା ଏମ୍ଏସ୍ଏମ୍ଇ ପାଇଁ ବିପୁଳ ସୁଯୋଗ ଏବଂ ନୂତନ ବଜାର ସୃଷ୍ଟି ହୋଇ ପାରିବ । ଡିଜିଟାଇଜେସନ ଦ୍ୱାରା ବହୁବିଧ ସୁବିଧା ମଧ୍ୟ ଜାରି ରହିଛି । ଏପରିସ୍ଥଳେ ଏମ୍ଏସ୍ଏମ୍ଇର ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକ ଡିଜାଇନିଂ, ମାନ୍ୟୁଫାକଚରିଂ, ପ୍ରଡକ୍ଟ କ୍ୱାଲିଟି ବଜାୟ ରଖିବା ଏବଂ ସେଗୁଡ଼ିକର ବ୍ୟବସାୟ କରଣ ଆଦି ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏକ୍ଷେତ୍ରରେ ବେଦାନ୍ତର ସାଥି କାର୍ଯ୍ୟକ୍ରମ ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ଏହି ଅବସରରେ ବେଦାନ୍ତ ରିସୋର୍ସ ଲିଃ.ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଲେ, ଭାରତୀୟ ଏମ୍ଏସ୍ଏମ୍ଇ ଗୁଡ଼ିକର ଦେଶର ଜିଡ଼ିପିରେ ୭ ପ୍ରତିଶତ ଯୋଗଦାନ ରହିଛି । ଅପରପକ୍ଷରେ ବିଶ୍ୱସ୍ତରୀୟ ହାରାହାରି ମାନକ ୪୦ ପ୍ରତିଶତ ପାଖାପାଖି ରହିଛି । ତେଣୁ ନୂତନ ଜ୍ଞାନକୌଶଳ ଦ୍ୱାରା ଏମ୍ଏସ୍ଏମ୍ଇଗୁଡ଼ିକ ନିଜର ଦକ୍ଷତା ବିକାଶ ସହିତ କଂଚାମାଲ୍ର କ୍ୱାଲିଟିରେ ବୃଦ୍ଧି କରାଇ ପାରିବେ । ଏହା ଦ୍ୱାରା ରୋଜଗାର ବଢ଼ିବା ସହିତ ଆମର ଯୁବବର୍ଗଙ୍କ ପ୍ରତିଭାର ବିକାଶ ସମ୍ଭବ ହୋଇ ଦାରିଦ୍ର୍ୟ ଦୂରୀକରଣ ହୋଇ ପାରିବ । ଏମ୍ଏସ୍ଏମ୍ଇ ଗୁଡ଼ିକ ମିଳିତ ହୋଇଥିବାରୁ ବେଦାନ୍ତ ବେଶ୍ ଆନନ୍ଦିତ । ସମ୍ପ୍ରତି ୧୫୦ରୁ ଅଧିକ ଏମ୍ଏସ୍ଏମ୍ଇ କମ୍ପାନୀ ସହିତ ମିଳିତ ହୋଇ ୧୦୦୦ କୋଟି ଟଙ୍କାର ଆର୍ଥିକ ସହାୟତା ବ୍ୟାଙ୍କ ଏବଂ ଏନ୍ବିଏଫସି ମାଧ୍ୟମରେ ଉପଲବ୍ଧ କରିପାରିଛନ୍ତି । ବେଦାନ୍ତ ଏହି ସିମା ୫ ଗୁଣା ବୃଦ୍ଧି କରିବା ଲାଗି ଯୋଜନା କରିଛି ।