ବେଦାନ୍ତ ଦ୍ୱାରା ଏହାର କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନିତ : କୋଭିଡ ରିଲିଫ ପ୍ରୟାସରେ ସେମାନଙ୍କର ଅବଦାନ ପାଇଁ ୨୨ଟି ଏନ୍‌ଜିଓ ଏବଂ ସହଭାଗୀ ପୁରସ୍କୃତ

0 140

ଭୁବନେଶ୍ୱର : ଦେଶର ୭ଟି ସ୍ଥାନରେ କରୋନା ମୁକାବିଲା ପରିପ୍ରେକ୍ଷୀରେ ଉନ୍ନତମାନର ପଦକ୍ଷେପ ନେଇଥିବା କୋଭିଡ ଯୋଦ୍ଧାମାନଙ୍କୁ ସ୍ୱୀକୃତି ଏବଂ ଉତ୍ସାହିତ କରିବା ପାଇଁ ବେଦାନ୍ତ ଚେୟାରମ୍ୟାନ୍ ଅନିଲ ଅଗ୍ରୱାଲ, ବେଦାନ୍ତ କେୟାର୍ସ ନାମ୍ନୀ ଏକ ଡିଜିଟାଲ ପଦକ୍ଷେପ ନେଇଛନ୍ତି । ବେଦାନ୍ତର କର୍ମଚାରୀ ତଥା ଅଂଶୀଦାରମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ସ୍ୱତନ୍ତ୍ର ଚେୟାରମ୍ୟାନ୍ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । ଶ୍ରୀ ଅଗ୍ରୱାଲ ନିଜେ ଅଂଶୀଦାର କଂପାନୀ ଏବଂ ଏନଜିଓଙ୍କୁ, ଦିନ ମଜୁରିଆ ଏବଂ ପ୍ରବାସୀ ଶ୍ରମିକଙ୍କ ନିକଟରେ ଦରକାରୀ ସୁବିଧା ପହଞ୍ଚାଇବାର ଉଦ୍ୟମ ପାଇଁ ବ୍ୟକ୍ତିଗତ ଭାବେ ପୁରସ୍କୃତ ଏବଂ ଉତ୍ସାହିତ କରିଥିଲେ ।

hiring


ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି ଆମେ ଦେଶ ସହିତ ମିଶି ଏହି ସଂକଟ ସହିତ ସଂଗ୍ରାମ କରୁଛୁ । ଗୋଷ୍ଠୀ ସଂପ୍ରଦାୟର ସେବା କରି ଆମେବେଦାନ୍ତର “ଗିଭିଂ ବ୍ୟକ’ ଦାର୍ଶନୀକକୁ ଦୋହରାଇଛୁ । ଆପଣଙ୍କ ସମର୍ଥନ ପାଇଁ ମୁଁ କୃତଜ୍ଞ ଏବଂ ଆମର ସଦଭାଗୀ, ଏନଜିଓ ଏବଂ ବେଦାନ୍ତର ସଦସ୍ୟଙ୍କୁ ସମ୍ମାନ ଜଣାଉଛି ଯେଉଁମାନେ ଏକ ପରିବାର ଭାବେ ଏହି ସଂକଟ ସହ ମୁକାବିଲା କରିଥିଲେ । ଆମେ ସଂପ୍ରଦାୟ ଏବଂ ସରକାରୀ ପ୍ରଶାସନ ସହିତ ମିଶି ଆମର ସଂଘର୍ଷ ଜାରି ରଖିବୁ, ଏହା ଅନ୍ୟମାନଙ୍କୁ ସଂପ୍ରଦାୟର ସେବା କରିବାରେ ପ୍ରେରଣା ଯୋଗାଇବ ଏବଂ ଆଶା କରୁଛୁ ମିଳିତ ଭାବରେ ଆମେ ଏହି ପରିସ୍ଥିତିକୁ ବଞ୍ଚିପାରିବା ।
୨୨ଟି ଏନଜିଏ ଏବଂ ସହଭାଗୀ ସଂସ୍ଥା ମଧ୍ୟରୁ ଓଡିଶା ଅପରେସନ ଚେନ୍ନାଇ ରାଧା ଇଞ୍ଜିନିୟରିଂ ୱାର୍କ(ଝାରସୁଗୁଡା), ରାଜେନ୍ଦ୍ର ମେକାନିକାଲ ପ୍ରାଇଭେଟ ଲିଃ(ଝାରସୁଗୁଡା), ଲେମନ କେୟାର ହସ୍ପିଟାଲିଟି ସର୍ଭିସ(ଲାଞ୍ଜିଗଡ) ଏବଂ ଦିନେଶ କୁମାର (ଲାଞ୍ଜିଗଡ)ଙ୍କୁ ପୁରସ୍କୃତ ହୋଇଥିବା ବେଳେ ବେଦାନ୍ତ ଓଡିଶାର ସୁନ୍ଦର ରାଜ,ସିଏସ୍‌ଆର୍ ମୁଖ୍ୟ (ଝାରସୁଗୁଡା), ଡଃ ସବିତା ସ୍ୱାଇଁ, ବୃତ୍ତିଗତ ସ୍ୱାସ୍ଥ୍ୟ ମୁଖ୍ୟ(ଝାରସୁଗୁଡା), ରାମଭଦ୍ର ରାଜୁ, ମୁଖ୍ୟ-ଗୁଣବତ୍ତା ନିୟନ୍ତ୍ରଣ, ଲ୍ୟାବ ଏବଂ ଆର୍‌.ଏଣ୍ଡ.ଡି(ଲାଞ୍ଜିଗଡ), ଶ୍ରୀମତୀ ସୁଭଦର୍ଶିନୀ ପାଇକରାୟ, ପ୍ରଶାସନ ମୁଖ୍ୟ(ଲାଞ୍ଜିଗଡ) ପ୍ରମୁଖ ପୁରସ୍କୃତ ହୋଇଥିଲେ ।
ବେଦାନ୍ତ ଗ୍ରୁପ ପ୍ରଧାନମନ୍ତ୍ରୀ ପାଣ୍ଠି, ରାଜ୍ୟ ସରକାର ପାଣ୍ଠି ଏବଂ ସାରା ଦେଶରେ ରିଲିଫ ବ୍ୟବସ୍ଥା ଯୋଗାଇ ଦେବାରେ ୨୦୧ କୋଟି ଟଙ୍କା ଯୋଗାଡ କରିଛି । ସରକାରଙ୍କ ଉଦ୍ୟମକୁ ସମର୍ଥନ କରିବାକୁ ଯାଇ ବେଦାନ୍ତ କର୍ମଚାରୀମାନେ ଗୋଟିଏ ଦିନର ଦରମା ପ୍ରଧାନମନ୍ତ୍ରୀ ପାଣ୍ଠିକୁ ପ୍ରଦାନ କରିଥିଲେ । ମିଲ୍ ଫର୍ ଅଲ କାର୍ଯ୍ୟକ୍ରମ ମାଧ୍ୟମରେ କଂପାନୀଦେଶରେ କମ୍ ସୁବିଧାଜନକ ସଂପ୍ରଦାୟକୁ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଭୋଜନ ଯୋଗାଇ ଦେଇଛି । ବେଦାନ୍ତ ପ୍ରତିଦିନ ୫୦ହଜାରରୁ ଅଧିକ ଭ୍ରମଣକାରୀ ପଶୁପକ୍ଷୀମାନଙ୍କୁ ଖାଇବାକୁ ଦେବା ପାଇଁ ପଦକ୍ଷେପ ନେଇଛି । ପ୍ରତିଷେଧକ ସ୍ୱାସ୍ଥ୍ୟସେବାକୁ ବଢାଇବା ପାଇଁ ୭ଲକ୍ଷ ମାସ୍କ, ୧ଲକ୍ଷ ସାବୁନ ଏବଂ ସାନିଟାଇଜରଉତ୍ପାଦନ କରି ଦେଶସାରା ବଣ୍ଟନ କରାଯାଇଛି । ୨୩ଟି ପିପିଇ ମେସିନ ଟେକ୍ସଟାଇଲ ମନ୍ତ୍ରଣାଳୟର ସହଯୋଗରେ ଆମଦାନୀ ହୋଇଥିଲା, ଯାହାଦ୍ୱାରା ସପ୍ତାହକୁ ୪୦ହଜାରର ପିପିଇ ଉତ୍ପାଦନ ସକ୍ଷମ ହୋଇଛି ।

hiranchal ad1
Leave A Reply

Your email address will not be published.

five × 1 =