ଭିମସାରରେ କରୋନା ପ୍ରବେଶ କଲା: ଆଜି ଦୁଇଜଣ ପଜିଟିଭ ଚିହ୍ନଟ ମଧ୍ୟରୁ ଜଣେ ଡାକ୍ତର

0 120

ସମ୍ବଲପୁର : ବାରବର୍ଷର ତପସ୍ୟା ଶୁଖୁଆ ପୋଡାରେ ଗଲାପରି ଅନେକ ଆକଟ ଓ ସାବଧାନ ରହିବା ସତ୍ତ୍ୱେ ଆଜି ଏଠାକାର ବଡ଼ମେଡ଼ିକାଲ ଭିମସାରରେ କରୋନା ପ୍ରବେଶ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ବିଷୟରେ ମିଳିଥିବା ସୂଚନା ଅନୁସାରେ ଜଣେ ୨୮ବର୍ଷୀୟ ଡାକ୍ତର ପଜିଟିଭ ଚିହ୍ନଟ ହୋଇଛନ୍ତି, ଯିଏକି ଭିମସାର ଆଇସିୟୁରେ କାର୍ଯ୍ୟରତ ଥିଲେ । ଏହାପରେ ତାଙ୍କ ଦ୍ୱାରା ବ୍ୟବହୃତ ଆଇସିୟୁକୁ ସମ୍ପୂର୍ଣ୍ଣ ବନ୍ଦ କରି ବିଶୋଧିତ କରାଯାଇଛି । ତାଙ୍କ ସହିତ କାର୍ଯ୍ୟରତ ଜଣେ ନର୍ସଙ୍କୁ ମଧ୍ୟ ସନ୍ଦିଗ୍ଧ ସୂଚୀରେ ଅନୁଧ୍ୟାନ ପାଇଁ ରଖାଯାଇଥିଲେ ମଧ୍ୟ ତାଙ୍କର ପଜିଟିଭ ହେବା ପୁଷ୍ଟି ହୋଇ ନାହିଁ । ଆଜିର ଅନ୍ୟ ମାମଲାଟି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଏକ ଅସ୍ଥାୟୀ ଚିକିତ୍ସା କ୍ୟାମ୍ପରୁ ଚିହ୍ନଟ ହୋଇଛି ଓ ୫୨ବର୍ଷୀୟ ଏହି ପୁରୁଷ ଜଣକ ଝାରଖଣ୍ଡ ରୁ ଆସିଲା ପରଠାରୁ ତାଙ୍କୁ ସେଠାରେ ଅନୁଧ୍ୟାନ ପାଇଁ ରଖା ଯାଇଥିଲା । ଆଜିକାର ସ୍ଥିତି ଅନୁସାରେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ ଚିହ୍ନଟ ହୋଇଥିବା ୧୧୫ଜଣଙ୍କ ମଧ୍ୟରୁ ୯୨ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୨୩ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

hiranchal ad1
Leave A Reply

Your email address will not be published.

thirteen − nine =