ଭିମସାର ଓ ଜିଲ୍ଲା ସଦର ହସ୍ପିଟାଲରେ ଏକମୋ ମେସିନ ପାଇଁ ଦାବି

0 124

ସମ୍ବଲପୁର :ବର୍ତ୍ତମାନ ସମଗ୍ର ରାଜ୍ୟରେ କରୋନା ସଂକ୍ରମଣର ଜଟିଳ ମାମଲାରେ ଉତ୍କୃଷ୍ଟ ଓ ଆଧୁନିକ ଚିକିତ୍ସାସେବା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବୁର୍ଲା ସ୍ଥିତ ଭିମସାର ସହିତ ଜିଲ୍ଲା ସଦର ହସପିଟାଲରେ ଏକମୋ ମେସିନ ସ୍ଥାପିତ କରିବା ପାଇଁ ଦାବି ଜୋର ଧରିଛି । ବିଭିନ୍ନ ସକ୍ରିୟ ସାମାଜିକ ସଂଗଠନ ଓ କିଛି ରାଜନୈତିକ ନେତାମାନଙ୍କ ପକ୍ଷରୁ ଏପ୍ରକାର ଦାବି କରାଯାଇଛି । ଏହା ବର୍ତ୍ତମାନ ସର୍ବବିଦିତ ଯେ ଓଡ଼ିଶାରେ ଏକମୋ ମେସିନ ଉପଲବ୍ଧ ନ ଥିବାରୁ ଉଚ୍ଚ଼ ଚିକିତ୍ସା ପାଇଁ କିଛି ରୋଗୀ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି ଓ ଖର୍ଚ୍ଚାନ୍ତର ସମ୍ମୁଖୀନ ହେଉଛନ୍ତି । କେତେକ ମାମଲାରେ ଯେତିକି ବିମାନ ସେବା ପାଇଁ ଖର୍ଚ୍ଚ ହେଇଛି, ସେତିକିରେ ଏକମୋ ମେସିନ ଅଣା ଯାଇପାରନ୍ତା ବୋଲି କୁହାଯାଇଛି । ପୁନଶ୍ଚ ଖାଲି ମେସିନ ଆଣିଲେ କଣ ହେବ, ଏଥିପାଇଁ ଉଚ୍ଚ଼ ପ୍ରଶିକ୍ଷିତ ଡାକ୍ତର ଓ ବୈଷୟିକ କର୍ମଚାରୀଙ୍କ ଆବଶ୍ୟକତା ମଧ୍ୟ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଦିଗରେ ଯଚକିଞ୍ଚିତ ଉଦ୍ୟମ ଆରମ୍ଭ ହୋଇଛି କିନ୍ତୁ ସେ ଦିଗରେ ଅପେକ୍ଷିତ ତତ୍ପରତା ଦୃଷ୍ଟିଗୋଚର ହେଉନାହିଁ ।
କରୋନା ସଂକ୍ରମଣ ପ୍ରତିହତ ପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ସମଗ୍ର ଦେଶ ତଥା ବାହାରେ ପ୍ରଶଂସିତ ହେଉଛନ୍ତି, କିନ୍ତୁ ରାଜ୍ୟ ରେ ଏକମୋ ଚିକିତ୍ସା ଅଭାବ ଯୋଗୁଁ ଏସବୁ ସୂନାମ ଧୋଇ ହୋଇଯାଉଛି । ଏଣୁ ମୁଖ୍ୟମନ୍ତ୍ରୀ ଶୀଘ୍ରାତିଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଅନୁରୋଧ କରାଯାଉଛି ।

hiranchal ad1
Leave A Reply

Your email address will not be published.

7 + one =