ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ, ୧୨ଘଣ୍ଟା ଯାଏଁ ପ୍ରବଳ ବର୍ଷିବ

0 104

ଭୁବନେଶ୍ୱର : ବାତ୍ୟା ୟାସ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ତାଣ୍ଡବ ରଚିଛି । ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିବା ଜଣାପଡିଛି । ଦିନ ୧୦.୩୦ରୁ ୧୧.୩୦ ମଧ୍ୟରେ ବାତ୍ୟା ଉପକୂଳ ଅତିକ୍ରମ କରିଥିବା ସୂଚନା ମିଳିଛି । ଏହି ସମୟରେ ପବନ ୧୩୦ରୁ ୧୪୦ ମଧ୍ୟରେ ପବନ ବହିଥିଲା । ଏବେ ଧୀରେ ଧୀରେ ଏହାର ଗତି କମୁଛି । ଆଗାମୀ ୬ଘଣ୍ଟା ମଧ୍ୟରେ ୯୦ରୁ ୧୦୦ କମି. ବେଗରେ ପବନ ବହିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ବାତ୍ୟା ପ୍ରଭାବରେ ନିଳିଗିର ଅଂଚଳରେ ବ୍ୟାପକ ଗଛ ଉପୁଡିଥିବା ଖବର ଆସିଛି ବୋଲି ଏସ୍‌ଆରସି କହିଛନ୍ତି । ସେହିପରି ବିଦ୍ୟୁତ ଭିତ୍ତିଭୂମି ବିଶେଷ କ୍ଷତି ହୋଇନଥିବା ଏସ୍‌ଆରସି ସୂଚନା ଦେଇଛନ୍ତି । ଏବେ ଧୀରେ ଧୀରେ ପବନ ମୟୁରଭଞ୍ଜ ଆଡକୁ ଗତି କରୁଛି । ଆଗାମୀ ୧୨ ଘଣ୍ଟା ମୟୁରଭଞ୍ଜ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଆଗାମୀ ୧୨ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ସକାଳେ ବାତ୍ୟା ଡିପ୍ ଡିପ୍ରେସନର ରୂପ ନେଇ ଝାରଖଣ୍ଡ ଆଡକୁ ଗତି କରିବ ।

ଏନ୍‌ଡିଆର‌୍‌ଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ସେବା ସ୍ବତନ୍ତ୍ର ଦଳ ଉପୁଡି ପଡିଥିବା ଗଛ ଓ ଗଛଡାଳ ପ୍ରଭୃତି ରାସ୍ତା ଉପରୁ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି।

hiring

ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଯାଜପୁର ଜିଲ୍ଲାରେ ଅଧିକ କ୍ଷୟକ୍ଷତି ଘଟିନାହିଁ ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଭଦ୍ରକରେ ରାସ୍ତା ଅବରୋଧ ହଟାଇବା କାର୍ଯ୍ୟ ଜାରି ରହିଛି। ବାତ୍ୟା ଯୋଗୁଁ ନୀଳଗିରି ଅଞ୍ଚଳରେ ଅଧିକ ଗଛ ଉପୁଡି ଯାଇଛି।

ଶିମିଳିପାଳ ଅଞ୍ଚଳରେ ଅଧିକ ବର୍ଷା ହୋଇଥିବା ଯୋଗୁଁ ବୁଢାବଳଙ୍ଗ ନଦୀରେ ବନ୍ୟା ହେବାର ଆଶଙ୍କା ନେଇ ଜଳ ସମ୍ପଦ ବିଭାଗ ବିଭାଗ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଉଛି। ବୁଢାବଳଙ୍ଗରେ ବିପଦ ସଙ୍କେତ ସର୍ବାଧିକ ୨୮ ମିଟର ମଧ୍ୟରୁ ଜଳସ୍ତର ଏବେ ୨୧ ମିଟରରେେ ସୀମିତ ରହିଛି। ତେବେ ଆଗୁଆ ସତର୍କତା ନିମନ୍ତେ ସଂପୃକ୍ତ ଅଞ୍ଚଳର ଏକାଧିକ ଗ୍ରାମର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

hiranchal ad1
Leave A Reply

Your email address will not be published.

2 × 5 =