ଓଡିଶା ପାଇଁ ୫ଶହ କୋଟି ଟଙ୍କାର ବାତ୍ୟା ସହାୟତା ଦେଲା କେନ୍ଦ୍ର

0 99

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ୟସ କ୍ଷୟକ୍ଷତି ଅନୁଧ୍ୟାନ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶା ପାଇଁ ୫ଶହ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ସେହିଭଳି ପଶ୍ଚିମବଙ୍ଗ ପାଇଁ ମଧ୍ୟ ୫ଶହ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଏହି ଟଙ୍କାରେ ରିଲିଫ ପରିଚାଳନା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ବାତ୍ୟାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାର ପାଇଁ ୨ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ସେହିଭଳି ଆହତଙ୍କ ପାଇଁ ୫୦ହଜାର ଟଙ୍କାର ସହାୟତା କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ କେନ୍ଦ୍ର ସରକାର ସବୁବେଳେ ରାଜ୍ୟଗୁଡିକ ସହ ରହିଛନ୍ତି ଓ ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ବୈଜ୍ଞାନିକ ପ୍ରଣାଳୀରେ ଏହାର ସମାଧାନ ପାଇଁ ପଦକ୍ଷେପ ନେବେ । ପ୍ରତିବର୍ଷ ଓଡିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡିକୁ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡୁଥିବାରୁ ଏଭଳି ପଦକ୍ଷେପ ନିଆଯିବାର ଆବଶ୍ୟକ ରହିଛି । ଏହବ୍ୟତୀତ ଡିଏମ୍‌ଏଫ ଫଣ୍ଡକୁ ୩୦ହଜାର କୋଟି ଟଙ୍କାର ସହାୟତା ପ୍ରଦାନ ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ।

hiranchal ad1
Leave A Reply

Your email address will not be published.

15 + two =