ବାତ୍ୟା ୟାସ୍ ପ୍ରଭାବରେ ତରଭୁଜ ନଷ୍ଟ, ଚିନ୍ତାରେ ରାମଗଡ ଚାଷୀ

0 111

ହରଭଙ୍ଗା : ସରକାର କୃଷି ଓ କୃଷକଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ଦେଇଆସୁଛନ୍ତି । ଏପରିକି ସାର ବିହନଠୁ ଆରମ୍ଭ କରି ଫସଲ କ୍ଷୟକ୍ଷତିର ପୂରଣ ପାଇଁଁ ଆର୍ଥିକ ସହାୟତା ମଧ୍ୟ୍ୟ ଯୋଗାଇ ଦେଉଛନ୍ତି । କିନ୍ତୁ ତୃଣମୂଳ ସ୍ତରରେ ପ୍ରକୃତ ଚାଷୀ ସରକାରଙ୍କ ଏହିଭଳି ଯୋଜନାରୁ ବାଦ୍ ପଡୁଥିବା ନେଇ ଚାଷୀମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ରାମଗଡ ମହାନଦୀ କୂଳରେ ଚାଷ କରୁଥିବା ତରଭୁଜ ଚାଷୀମାନଙ୍କ ଭିତରେ । ଉକ୍ତ ଗ୍ରାମର ଲୋକମାନେ ପ୍ରାୟତଃ ସମସ୍ତ ଚାଷୀ ଖରାଦିନରେ ତରଭୁଜ ଚାଷକୁ ଗୁରୁତ୍ୱ ଦେଇ ଶହଶହ ଏକରରେ ତରଭୁଜ ଚାଷ କରିଥାନ୍ତି । ବର୍ଷକୁ ଥରେ ଏହି ଚାଷ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ତରଭୁଜ ଚାଷ ପାଇଁ ଜିଲ୍ଲାର ରାମଗଡ ଗାଁ ପରିଚିତ । ମହାନଦୀ କୂଳରେ ଉକ୍ତ ଚାଷପାଇଁ ଅନୁକୂଳ ମାଟିଥିବାରୁ ଭଲ ଚାଷ ହୋଇଥାଏ ଏପରିକି ଗୋଟିଏ ଗୋଟିଏ ତରଭୁଜ ୧୫ କେଜିରୁ ଉର୍ଦ୍ଧ୍ୱ ଓଜନ ଫଳ ଫଳିଥାଏ । ଭଲ ଚାଷ ହେଉଥିବାରୁ ରାଜ୍ୟର ରାଜଧାନୀ ଭୁବନେଶ୍ୱର, ବ୍ରହ୍ମପୁର, ଅନୁଗୋଳ, ରାଜ୍ୟ ବାହର ରାୟପୁର ମଧ୍ୟ ବଡବଡ ବେପାରୀ ଆସି ତରଭୁଜ କିଣିଥାନ୍ତି । ଏମିତିକି ଚାଷୀ ମଧ୍ୟ ଭଲ ଦୁଇପଇସା ରୋଜଗାର କରି ସୁରୁଖୁରୁରେ ନିଜର ପରିବାର ଚଳାଇନେଇଥାଏ । କିନ୍ତୁ ଚଳିତବର୍ଷ ତରଭୁଜ ଚାଷୀଙ୍କୁ ବଡ କ୍ଷତିର ସାମ୍ମା କରିବାକୁ ପଡିଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ମହାମାରୀ କରୋନା ପାଇଁଁ ସରକାରଙ୍କ ନିର୍ଦ୍ଦେଶରେ ଲକ୍‌ଡାଉନ୍ ଘୋଷଣା ହୋଇଥିବା ବେଳେ ଏପଟେ ବୋଝ ଉପରେ ଲଳିତାବିଡା ପରି ବାତ୍ୟା ୟାସ୍ ଆସି ଚାଷ ଉପରେ ପ୍ରଭାବ ପକାଇଛି ।ଫଳରେ ଚାଷୀ ଧାରକରଜ କରିବା ସହ ବିଭିନ୍ନ ପ୍ରାଇଭେଟ୍ ସଂସ୍ଥାଠୁ ଲୋନ୍ କରି ଚାଷ କରିଥିବାବେଳେ ବର୍ତ୍ତମାନ ମେରୁ ଦଣ୍ଡ ଭାଙ୍ଗିପଡିଛି । ଲକ୍‌ଡାଉନ୍ ପାଇଁଁ ବେପାରୀ ଆସୁନଥିବାବେଳେ ତରଭୁଜ ବିକ୍ରିପାଇଁ କୌଣସି ବଜାର୍ ବ୍ୟବସ୍ଥା ନଥିବାରୁ ତରଭୁଜ ଗୁଡିକ ବାଡିରେ ପଚି ନଷ୍ଟ ହେବାକୁ ବସିଲାଣି । ଏପଟେ ୟାସ୍ ପ୍ରଭାବରେ ବର୍ଷା କରାମାଡରେ ବହୁ ତରଭୁଜ ନଷ୍ଟ ହୋଇଥିବା ନେଇ ଚାଷୀ ଅଭିଯୋଗ କରିିଛି । ଧାର୍ କରଜ କରି ଚାଷ କରାଥିବା ଚାଷୀ ବର୍ତ୍ତମାନ ଋଣ ପରିଶୋଧ ପାଇଁଁ ଚାଷୀ ମୁଣ୍ଡରେ ଚିନ୍ତା ମାଡିବସିଛି । ଏପଟେ ବାତ୍ୟା ୟାସ୍ ପରେ କୌଣସି ବି କୃଷିବିଭାଗର କର୍ମଚାରୀ ଆକଳନ କରିନଥିବା କିମ୍ବା କୌଣସି ନେତା ରାଜନେତା ଚାଷୀଙ୍କ ଦୁଃଖଦ ସମୟରେ ଠିହା ହେଉନଥିବାରୁ ଚାଷୀକୁଳ ଭିତରେ ତ୍ରୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି । ତେଣୁ ଚାଷୀଙ୍କୁ ସଠିକ୍ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଅଗସ୍ତି ଭୋକ୍ତା, ଅଭିମନ୍ୟୁ ସେଠି,ସତ୍ୟ ଥାଟି, ଘନଶ୍ୟାମ ସେଠୀ, ସିଧି ନାୟକ, ଅଜିତ୍ ଯୋଶି, କବିମନ୍ୟୁ ସେଠି, ସୁନିଲ ଥାଟି, ବିକାଶ ନାଏକ, ଲକ୍ଷ୍ମଣ ସାହୁ, ମଦନ ବିଶିଙ୍କ ସମେତ ଅନାନ୍ୟ ଚାଷୀମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − 6 =