ରାଜ୍ୟରେ ପୁଣି ୪୨୩୭ କରୋନା ପଜିଟିଭ ଚିହ୍ନଟ, ୧୫ ମୃତ

0 162

ଭୁବନେଶ୍ୱର : ଓଡିଶାରେ ଗତ ୨୪ ଘଣ୍ଟାରେ ରେକର୍ଡ ୪୨୩୭ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡିକ ମଧ୍ୟରୁ ୧୭୫୨ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୪୮୫ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୪୨୩୭ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୪୭ ଟି ଓ କଟକ ଜିଲ୍ଲାରୁ ୫୭୭ ଟି ମାମଲା ରହିଛି ।ସେହିପରି ପୁରୀରୁ ୨୧୯ଟି, ଯାଜପୁରରୁ ୨୦୧ଟି, ଜଗତସିଂହପୁରରୁ ୧୭୩, କେନ୍ଦ୍ରାପଡାରୁ ୧୪୮ଟି, ବରଗଡରୁ ୧୨୧, ବାଲେଶ୍ୱରରୁ ୧୬୧, ଅନୁଗୁଳରୁ ୧୧୦ଟି, ମୟୁରଭଞ୍ଜରୁ ୧୩୯, ଝାରସୁଗୁଡାରୁ ୨୦୫, ନୂଆପଡାରୁ ୧୧୫, ସମ୍ବଲପୁରରୁ ୧୧୧, ବଲାଙ୍ଗୀରରୁ ୬୭ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ କେନ୍ଦୁଝରରୁ ୪୨ ଟି, ନବରଂଗପୁରରୁ ୭୦ଟି, କୋରାପୁଟରୁ ୮୯ଟି, ରାୟଗଡାରୁ ୫୧ଟି, ସୋନପୁରରୁ ୧୩୧ଟି, ଭଦ୍ରକରୁ ୧୩୬ଟି, ଗଂଜାମରୁ ୭୧ଟି, ଗଜପତିରୁ ୪୨ଟି, ନୟାଗଡରୁ ୫୦ଟି, ସୁନ୍ଦରଗଡରୁ ୧୦୧ଟି, ଢେଙ୍କାନାଳରୁ ୭୦ଟି, ମାଲକାନିଗିରିରୁ ୪୪ଟି, ଦେବଗଡରୁ ୨୨ଟି ମାମଲା ଚିହ୍ନଟ ହୋଇଛି ।
୪୨୩୭ଟି ନୂଆ ମାମଲା ସହ ଓଡିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୧ ଲକ୍ଷ ୯୨ ହଜାର ୫୪୮ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୩୮୫୪୬ ଥିବାବେଳେ ୧୫୩୨୧୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୮୩୪ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୨୯୦୫୭୩୧ ଟି କରୋନା ପରୀକ୍ଷା କରାଯାଇଛି । ସେହିପରି ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

13 − nine =