Yearly Archives

2021

ବିଜେଡି ଦଳ ତରଫରୁ ମହିଳା ନେତ୍ରୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର,୧୧/୭: ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଡ଼.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ନୂତନ ଭାବେ ମନୋନୀତ ଜିଲ୍ଲା ଓ ରାଜ୍ୟସ୍ତରୀୟ ମହିଳା ନେତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
Read More...

ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା

ବୌଦ୍ଧ,୧୧/୭- ବୌଦ୍ଧଜିଲ୍ଲା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ମନୋନୀତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ସୁପାରିଶ କ୍ରମେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି । ନୂତନ କର୍ମକର୍ତ୍ତାଙ୍କ ମଧ୍ୟରେ ଉପ-ସଭାପତି
Read More...

ବଲାଙ୍ଗୀରରେ ଭେକସିନ ବନ୍ଦ୍‌

ବଲାଙ୍ଗୀର,୧୧/୭- ଆଜି ପୁଣି ବଲାଙ୍ଗୀର ଜିଲ୍ଲାରେ ବନ୍ଦ୍‌ ଅଛି ଟୀକାକରଣ । ଜିଲ୍ଲାପାଳ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ସମଗ୍ର ଜିଲ୍ଲାରେ ଗତକାଲି ମାତ୍ର ୯ଟି କେନ୍ଦ୍ରରେ ୧୪୦୦ପାଖାପାଖି ଡୋଜ୍‌ ଟୀକା ଦିଆଯାଇଥିଲା । କିଛି ଦିନ ବିରାମ ପରେ ତା ପୂର୍ବ ଦିନ ୬୩ଟି କେନ୍ଦ୍ରରେ ୧୦,୨୦୦ ପ୍ରାୟ
Read More...

ଘରୋଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଓ କର୍ମଚାରୀ ମହାସଂଘର ସାମ୍ବାଦିକ ସମ୍ମିଳନୀ : ସରକାରଙ୍କୁ ସହାୟତା ଦାବୀ କଲା ସଂଘ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶିକ୍ଷାନିକେତନଠାରେ ଉପଖଣ୍ଡ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ କର୍ମଚାରୀ ମହାସଂଘର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଖଣ୍ଡର୨୦ରୁ ଉର୍ଦ୍ଧ୍ୱ ଘରୋଇ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଓ କର୍ମଚାରୀ ଯୋଗଦେଇଥିଲେ । ମହାମାରୀ କରୋନା
Read More...

୨ ଆହତ ଯବାନଙ୍କୁ ଭେଟିଲେ ପୁଲିସ ଡିଜି

ଭୁବନେଶ୍ୱର : ମାଓବାଦୀଙ୍କ ଗୁଳିରେ ୨ ଆହତ ଯବାନଙ୍କୁ ଆଜି ପୁଲିସ ଡିଜି ଅଭୟ ଭେଟିଛନ୍ତି। ରାଜଧାନୀ ଏମ୍ସରେ ଚିକିତ୍ସିତ ହେଉଥିବା ଉକ୍ତ ଯବାନଙ୍କୁ ଭେଟିବା ସହ ଡାକ୍ତରଙ୍କ ଠାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିବା ସହ ଆଲୋଚନା କରିଛନ୍ତି। ୨ ଜଣ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା
Read More...

ବିଦ୍ୟାର୍ଥୀ ଦିବସ ପାଳନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗଣିଆ,୧୧/୭- ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ରାସଙ୍ଗ ପଞ୍ଚାୟତ ର ଓସ୍ତିଆ ଗ୍ରାମର ବିଦ୍ୟାର୍ଥୀ ଓ କ୍ଲବର ସଦସ୍ୟଙ୍କୁ ନେଇ ବିଦ୍ୟାର୍ଥୀ ଦିବସର ପାଳନ ଅବସରରେ ଗ୍ରାମରୁ ସ୍କୁଲକୁ ଯାଇଥିବା ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ବିଭିନ୍ନ ପ୍ରକାରର ଫଳ,ଫୁଲ ଗଛ ସହିତ ଉପକାରୀ ଗଛ ଲଗାଇଥିଲେ ।
Read More...

ପ୍ରାଣୀ ନିରୀକ୍ଷକ ଆସୁନଥିବାରୁ ଗୋପାଳକ ଅଫିସରେ ପକାଇଲେ ତାଲା

ବୌଦ୍ଧ/ଜହ୍ନାପଙ୍କ,୧୧/୭- ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କରେ ଥିବା ପ୍ରାଣୀ ସହାୟକ କେନ୍ଦ୍ରର ପ୍ରାଣୀ ନିରୀକ୍ଷକ ଦୀର୍ଘଦିନ ହେଲା ଆସୁନଥିବାରୁ ଗୋସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଅଞ୍ଚଳବାସୀ ବାରମ୍ବାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଲିଖିତ ଅଭିଯୋଗ
Read More...