Yearly Archives

2021

ରାଜ୍ୟରେ ପୁଣି ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଚିହ୍ନଟ ହେଲେ ୨୯୧୭ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୭ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...

ମୃତ ବାର୍ହା ସହ ବାଇକ ଜବତ, ୨ ଗିରଫ

ଦଶପଲ୍ଲା,୩/୭ :- ଗୁରୁବାର ବିଳମ୍ବିତ ରାତିରେ ଦଶପଲ୍ଲା ବନବିଭାଗ କର୍ମଚାରୀ ମାନେ ଚଢ଼ାଉ କରି ବାଇକ ସହିତ ଏକ ମୃତ ବାର୍ହା ଜବତ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଟାଙ୍ଗିସାହି ଗ୍ରାମର ଭାଗିରଥି ଯାନୀ ଓ ତ୍ରିଲୋଚନ ଯାନୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଜାମିନ
Read More...

ଗୁଣପୁର ବନଖଣ୍ଡ ଦ୍ବାରା ରୋବାଡି ଗ୍ରାମରେ ୭୨ତମ ବନମହୋତ୍ସବ ପାଳିତ

ରାୟଗଡ/୨/୭/୨୧: ରାୟଗଡ ଜିଲ୍ଳା ରାମନାଗୁଡା ବ୍ଳକ ଅନ୍ତର୍ଗତ ରୋବାଡି ଗ୍ରାମ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥିମକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୁଣପୁର ବନଖଣ୍ଡ ଦ୍ୱାରା ୭୨ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ
Read More...

ନାଗାବଳୀ ଲାୟନ୍ସ କ୍ଲବ ଓ ସେଞ୍ଚୁରିଆନ ୟୁନିଭରସିଟିର ମିଳିତ ବନମହୋତ୍ସବ କାର୍ଯ୍ୟକ୍ରମ

ରାୟଗଡ/୨/୭/୨୧: ଚଳିତ ଜୁଲାଇ ମାସ ୧ତାରିଖ ଠାରୁ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ବନ ମହୋତ୍ସବ ସପ୍ତାହ ପାଳନ ହେବ । ଏହି ପରିପ୍ରେକ୍ଷୀରେ ରାୟଗଡ ସହରର ନାଗାବଳୀ ଲାୟନ୍ସ କ୍ଳବ ଏବଂ ସେଂଚ୍ୟୁରିଆନ୍ ୟୁନିଭରସିଟିର ମିଳିତ ଆନୁକୂଲ୍ୟରେ ସେଂଚ୍ୟୁରିଆନ୍ କ୍ୟାମ୍ପସ ପରିସରରେ
Read More...

ପ୍ରକଳ୍ପ ନିର୍ମାଣକୁ ୧୪ ବର୍ଷ ଧରି ଆଶାନେଇ ବଞ୍ଚୁଛନ୍ତି ଜମିହରା ଗ୍ରାମବାସୀ

ରାୟଗଡ/୨/୭/୨୧: କଂସାରୀଗୁଡାରେ ଆଲୁମିନା କମ୍ପାନୀ ପ୍ରତିଷ୍ଠା ହେବା ଆଶାକୁ ପୂରି ଗଲାଣି ୧୪ବର୍ଷ । ଚାଷ ଉପଯୋଗୀ ଜମି ଦେଇ ଜମିହରା ହୋଇ ବସିଛନ୍ତି ଏବେ ଗ୍ରାମବାସୀ । ନା ହେଉଛି କମ୍ପାନୀ ନା ହୋଇପାରୁଛି ଚାଷ । ଫଳରେ ତଳିତଳାନ୍ତ ହୋଇ ଜୀବନଜୀବିକା ନିର୍ବାହ କରୁଛନ୍ତି ରାୟଗଡ ଓ କୋରାପୁଟ
Read More...

ରାଜ୍ୟ ବିଜେପିର ଉଚ୍ଚସ୍ତରୀୟ କମିଟିର କ୍ଷେତ୍ର ପରିଦର୍ଶନ

ଗଜପତି,୨/୭- ବଂଶଧାରା ଟ୍ରିବ୍ୟୁନାଲ ରାୟ ଓଡିଶା ବିପକ୍ଷରେ ଯିବା ପରେ ଗଜପତି ଜିଲ୍ଲା ବିଜେପି ସଭାପତି କେ. ନାରାୟଣ ରାଓ ଙ୍କ ନେତୃତ୍ୱରେ ଆଜି କ୍ଷତିଗ୍ରସ୍ତ ଅଞ୍ଚଳକୁ ରାଜ୍ୟ ବିଜେପିର ଉଚ୍ଚସ୍ତରୀୟ କମିଟିର କ୍ଷେତ୍ର ପରିଦର୍ଶନ ପାଇଁ ଗସ୍ତ କରିଥିଲେ । କମିଟିରେ ବିଜେପି ରାଜ୍ୟ ଉପସଭାପତି
Read More...

ବିଜେପି କୃଷକ ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ

କଟକ,୨/୭- ଆଜି ଦିବା ୧୧ ଘଟିକାରେ କଟକନଗର ଓ ସଦର ଜିଲ୍ଲାର କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଧାନ ମଣ୍ଡିରୁ ଧାନ ଉଠେଇବା, ସମସ୍ତ ଟୋକନ ଧାରୀଙ୍କ ଧାନ କିଣିବା ଏବଂ କଟନୀ ଛଟନି ବନ୍ଦ କରିବା ଦାବିରେ ସିଏସଓଙ୍କୁ ଦାବୀପତ୍ର ଦେଇଥିଲେ । ସ୍ଥାନୀୟ ଏସ ପି ଅଫିସ ପାଖରୁ ଏକ ଶୋଭାଯାତ୍ରାରେ
Read More...

ଜିଲ୍ଳାପାଳ ସୁବର୍ଣ୍ଣପୁରଙ୍କ ସାଗରପାଲି ଗସ୍ତ – ଅନ ଲାଇନ ବଜାର ବ୍ୟବସ୍ଥା ଓ ଦକ୍ଷତା ବୃଦ୍ଧିରେ ନୂଆଁନୂଆଁ…

ସୁବର୍ଣ୍ଣପୁର,୦୨/୦୭- ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ସୋନପୁର ବ୍ଲକ ର ସାଗରପାଲି ଗ୍ରାମ ଗସ୍ତରେ ଯାଇ ବୟନ ଶିଳ୍ପ ଓ ହସ୍ତ ତନ୍ତ ଶିଳ୍ପ ଦକ୍ଷତା ବୃଦ୍ଧି ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାରେ ଯୋଗାଇଦିଆଯାଉଥିବା ବୟନ ନିମନ୍ତେ ଆବଶ୍ୟକ କଞ୍ଚାମାଲ ଓ ବୟନ
Read More...

ସୁବର୍ଣ୍ଣପୁର ଠାରେ ଜିଲ୍ଲାସ୍ତରୀୟ ବନମହୋତ୍ସବ ପାଳିତ

ସୁବର୍ଣ୍ଣପୁର ୨/୭- ଆଜି ସହର ନିକଟସ୍ଥ ଝିଙ୍କି ଟିକ୍ରା ଠାରେ ସୁବର୍ଣ୍ଣପୁର ବନ ବିଭାଗ ପକ୍ଷରୁ ୭୨ ତମ ବନ ମହୋତ୍ସବ ପାଳନ ହୋଇଯାଇଛି । ବନଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଣିଜ୍ୟ ଓ ପରିବହନ
Read More...

ମହାସିଙ୍ଗି କାକାବୁଡା ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ବାଲିଗୁଡା,୨/୭- ମୋଟରସାଇକେଲକୁ ଧକ୍କା ଦେଲା ଅଜଣା ଗାଡ଼ି । ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇଟି ଜୀବନ । ମୃତକ ଦୁଇଜଣଙ୍କ ମଧ୍ୟରୁ ଜଣେ କ.ନୂଆଗାଁ ଥାନା ଗସୁକିଆ ଗ୍ରାମର ତିମନ୍ତ ଦିଗାଲ ହୋଇଥିବାବେଳେ ଅନ୍ୟ ଜଣକ ବାଲିଗୁଡ଼ା ଥାନା ଗୁମାପଦର ବାଲିସାହିର ସୁବଳ ଦିଗାଲ ବୋଲି ଜଣାପଡ଼ିଛି ।
Read More...