Yearly Archives

2021

ସ୍କର୍ପିଓ ଧକ୍କାରେ ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଅଞ୍ଚଳବାସୀଙ୍କ ୫୯ନଂ ଜାତୀୟ ରାଜପଥ ଅବରୋଧ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୭/୫: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଖମନପଡ଼ା ୫୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ବଡ଼ାକୁନ୍ଦେଲି ଗ୍ରାମର ଉଜ୍ୱଳ ସିଂ ବୋଲି ଜଣାପଡ଼ିଛି । ସେପଟେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଡ୍ରାଇଭର
Read More...

କାଠ ଚୋରାଚାଲାଣ ବେଳେ ବନବିଭାଗ ପକ୍ଷରୁ ଚଢ଼ାଉ: ଲକ୍ଷାଧିକ ଟଙ୍କାର ଶାଳ ଓ ପିଆଶାଳ ପଟା ସହ ପିକ୍‌ଅପ୍‌ ଭ୍ୟାନ୍‌ ଜବତ,…

ବାଲିଗୁଡ଼ା,୨୭/୫: ମୂଲ୍ୟବାନ କାଠପଟା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ସହ ଲକ୍ଷାଧିକ ଟଙ୍କାର ପଟା ଜବତ ହୋଇଥିବା ବେଳେ ଘଟଣାସ୍ଥଳରୁ ଚାଲାଣକାରୀ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବାଲିଗୁଡ଼ା ବନାଞ୍ଚଳ ସୁଡ୍ରା ଅଞ୍ଚଳରୁ କାଠ ଚୋରାଚାଲାଣ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କ ମହାପ୍ରୟାଣ ଦିବସ ପାଳିତ

ଗଜପତି,୨୭/୫- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ବର୍ତ୍ତମାନ କରୋନା ମହାମାରୀ ଉଗ୍ରରୂପ ନେଇଥିବା ବେଳେ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ଆଜି କଂଗ୍ରେସ
Read More...

କଣ୍ଟାମାଳ: ପ୍ରେସ ଲେଖା ଗାଡିରେ ଗଞ୍ଜେଇ ଚାଲାଣ, ମୁହଁ ଖୋଲୁନି ପୋଲିସ

କଣ୍ଟାମାଳ,୨୭/୫- ଏକ ପ୍ରେସ ଲେଖା ଗାଡିରେ ଖୁବ ଚତୁରତାର ସହିତ ଗଞ୍ଜେଇ ଚାଲାଣ କରୁଥିବା ଏକ ଲାଲ ରଙ୍ଗର ଟାକ୍ସି ନଂ ଓଆର ୦୨ ଏ-୨୬୪୩ ଗାଡିକୁ ଗତକାଲି ରାତିରେ କଣ୍ଟାମାଳ ପୋଲିସ ଜବତ କରିଥିବା ଜଣାଯାଇଛି । ଗାଡିରେ ପ୍ରେସ ସହିତ ଦୂରଦର୍ଶନ ଓଡିଆ ଲେଖାଯାଇଥିବା ଏହି ଗାଡିକୁ କଣ୍ଟାମାଳ ପୋଲିସ
Read More...

ବାତ୍ୟା ମଧ୍ୟରେ ନୂଆଜୀବନ, ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାରେ ଜନ୍ମନେଲେ ୭୫୦ ଶିଶୁ

ଭୁବନେଶ୍ୱର,୨୭/୫- ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଏବଂ ଜିଲ୍ଲା ପ୍ରଶାସନର ସହାୟତାରେ ଗୋଟେପଟେ ସାମୁଦ୍ରିକ ବାତ୍ୟା ‘ୟାସ’ର ଭୟାବହତା ଓ ଅପରପଟେ କରୋନା ମହାମାରୀର ଆତଙ୍କ ମଧ୍ୟରେ ବାତ୍ୟା ପ୍ରଭାବିତ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାର ଡାକ୍ତରଖାନାଗୁଡିକରେ ୭୫୦ଜଣ ଶିଶୁ ଜନ୍ମଲାଭ କରିଛନ୍ତି
Read More...

ଗୁଢିଆଳିରେ କରୋନା ପରୀକ୍ଷା ପାଇଁ ସ୍ୱାବ ସଂଗ୍ରହ

ବୌଦ୍ଧ/ଜହ୍ନାପଙ୍କ,୨୭/୫- ବର୍ତ୍ତମାନ ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାର କାରଣ ହେଉଛି ଗାଁ ରେ ବିବାହ ଭୋଜିର ଆସର । ଗ୍ରାମାଞ୍ଚଳରେ ଏବେ ଥଣ୍ଡା, କାଶ, ଜ୍ୱର ଲାଗିରହିଛି । ଲୋକମାନେ କରୋନା ପରୀକ୍ଷା ଭୟରେ ମେଡିକାଲ ଯାଉନାହାଁନ୍ତି । କ୍ୱାକ ମାନଙ୍କଠାରୁ ଔଷଧ ଖାଇ
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଯୁବକ ଆହତ

ଦାରିଙ୍ଗବାଡି,୨୭/୫- ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଡାବୁଲମାହା ଘାଟିରେ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକ ଆହତ ହୋଇଥିବା ଦେଖିବାକୁ ମିଳିଛି । ଯୁବକ ଜଣକ ହେଲେ ବାଲିଗୁଡା ଥାନା ଡଲାମିଲା ଗ୍ରାମର ସ୍ୱପ୍ନେଶ୍ୱର କହଁର । ଯୁବକ ଜଣକ ବାଲିଗୁଡାରୁ ଦାରିଙ୍ଗବାଡି ଯିବାବେଳେ ଡାବୁଲମାହା ଘାଟିରେ
Read More...

ବାହାଘର ଭୋଜିରେ ଚଢ଼ଉ,୨୦ ହଜାର ଟଙ୍କା ଜୋରିମାନା ଆଦାୟ

ଦାରିଙ୍ଗବାଡି,୨୭/୫- କୋଭିଡ ନିୟମ ଉଲ୍ଲଂଘନ କରି ବାହାଘର ଭୋଜି ଆୟୋଜନ ହେଉଥିବା ବେଳେ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଥାନା ଅଧିକାରୀ କୌଶିକ ମାଝୀ ମିଳିତ ଭାବେ ଭୋଜିରେ ଚଢ଼ଉ କରି ଆୟୋଜକ କିରଣ ପ୍ରଧାନଙ୍କ ଠାରୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଦାରିଙ୍ଗବାଡି
Read More...