Monthly Archives

August 2022

ନ୍ୟୁଜିଲାଣ୍ଡ-ଏ ବିପକ୍ଷ ସିରିଜ ପାଇଁ ଗିଲ୍‌ ହୋଇପାରନ୍ତି ଅଧିନାୟକ, ଏମିତି ହୋଇପାରେ ଦଳ

ନୂଆଦିଲ୍ଲୀ :ଭାରତୀୟ ଦଳର ଓପନର୍‌ ଶୁବମାନ ଗିଲ ବର୍ତ୍ତମାନ ଜିମ୍ବାୱେ ଗସ୍ତରେ ଅଛନ୍ତି । ଦିନିକିଆ କ୍ରିକେଟ୍‌ ରେ ଗିଲ୍‌ ବର୍ତ୍ତମାନ ଫଲ ଫର୍ମରେ ଅଛନ୍ତି ଏବଂ କ୍ରମାଗତ ଭାବରେ ତାଙ୍କ ବ୍ୟାଟରୁ ରନ୍‌ ବାହାରୁଛି । ଏହି ସମୟରେ, ଖବର ଆସୁଛି ଯେ ଶୁଭମାନ ଗିଲଙ୍କୁ ଆଗାମୀ ନ୍ୟୁଜିଲ୍ୟାଣ୍ଡ -ଏ
Read More...

ଜହ୍ନାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଜନ ଆରୋଗ୍ୟ ସମିତି ବୈଠକ

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ କଲ୍ୟାଣ ସମିତି ବୈଠକ ଡ଼ଃ ସୁମନ ସୌରଭ ଧରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ, ସମ୍ମାନିତ ଅତିଥି ଭାବେ ଏବିଡିଓ
Read More...

ନୟାଗଡ଼ ଜିଲ୍ଲା ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ରିଲିଫ

ଦଶପଲ୍ଲା : - ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ ପରେ ବନ୍ୟା କ୍ଷତିଗ୍ରସ୍ତ ୧୦ ଗୋଟି ଜିଲ୍ଲାକୁ ରିଲିଫ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ଷୟକ୍ଷତିର ପରିମାଣକୁ ପ୍ରାକଳନ କରି ଖୋର୍ଦ୍ଧା , ପୁରୀ , କଟକ , କେନ୍ଦ୍ରାପଡ଼ା , ଜଗତସିଂହପୁର
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବଡ଼ ବ୍ରାହ୍ମଣ ସାହି ସ୍ଥିତ ରାଧା ବଲ୍ଲଭ ମନ୍ଦିର ଠାରୁ ୮୦ରୁ ଉର୍ଦ୍ଧ୍ୱ ରାଧାକୃଷ୍ଣ ବେଶ ଧାରୀ ଶିଶୁ ମାନଙ୍କର
Read More...

ବାଲିଗୁଡ଼ା ତହସିଲ କାର୍ଯ୍ୟାଳୟରେ ସହାୟତା ପାଇଁ ବିପନ୍ନଙ୍କ ପ୍ରବଳ ଭିଡ଼

ବାଲିଗୁଡ଼ା: ସାରା ରାଜ୍ୟରେ ବର୍ଷା ବିତ୍ପାତ ଚାଲିଥିବା ବେଳେ ଆକାଶ ମାର୍ଗରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ଏବଂ ସବୁ ଜିଲ୍ଲା ପ୍ରଶାସନକୁ ସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା
Read More...

କ୍ରୀଡ଼ାର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ସମନ୍ୱୟ ବୈଠକ

ସୁବର୍ଣ୍ଣପୁର : ଜିଲ୍ଲାରେ ତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡାର ବିକାଶ ସହ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ପ୍ରଶାସନ ତରଫରୁ ଏକ ସମନ୍ୱୟ ବୈଠକ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଖବର ପ୍ରସାରଣ ପରେ ତୁରନ୍ତ ପଦକ୍ଷେପ ନେଲେ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ

ଦଶପଲ୍ଲା : ଗତକାଲି ଲଗାଣ ବର୍ଷାରେ ପୋଲ ଭୁଶୁଡିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କରାଯାଇଛି । ଗଣମାଧ୍ୟମରୁ ଖବର ପାଇବାପରେ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ଚନ୍ଦନ କୁମାର ରଥ ତୁରନ୍ତ ପଦକ୍ଷେପ ନେଇ ବ୍ୟାରିକେଡ୍‌ ନିର୍ମାଣ କରିବା ସଂଗେ
Read More...

ବନ୍ୟାପାଣି କମୁଛି, ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି ; ଚିନ୍ତା ବଢାଇଲା ବର୍ଷା

ହରଭଙ୍ଗା : ବ୍ଲକର ବନ୍ୟା ଅଞ୍ଚଳର ସ୍ଥିତି ଏବେବି ଗମ୍ଭୀର ରହିଛି । ଧୀରେଧୀରେ ବନ୍ୟାପାଣି ଗ୍ରାମଗୁଡିକରୁ କାମୁଥିବାବେଳେ ଏବେ ବି ବହୁଗ୍ରାମ ଯଥା ମରଡା, କୁମାରୀ, ଅତଲସରା, ତିରଡ଼, ହରଭଂଗା, ପାଣିଘରା, ଖଣ୍ଡିଧଲପୁର, କୃଷ୍ଣମୋହନ, ପୁର, ସଦଲଗଣ୍ଡା, ଧଳପୁର ଅଦିଗ୍ରାମ ଗୁଡିକ ପାଣି ଘେରରେ
Read More...

ମୁଖ୍ୟରାସ୍ତାରେ ଆଣ୍ଠୁଏ ପାଣି, ଯାତାୟତ ବାଧାପ୍ରାପ୍ତ

ଘୁ ଉଦୟଗିରି: ଲଗାଣ ବର୍ଷା ସାରା କନ୍ଧମାଳ ବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଛି ।ବର୍ଷା ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହେବା ସହ ଜମି ଗୁଡିକ ପାଣିରେ ବୁଡି ଫସଲ କ୍ଷତି ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବହୁ ସ୍ଥାନରେ ରାସ୍ତା ଉପରେ ବର୍ଷା ପାଣି ଚଳୁଥିବା ଦୃଶ୍ୟ ବି ଦେଖିବାକୁ ମିଳିଛି ।
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ଘୁ ଉଦୟଗିରି :ଲଗାଣ ବର୍ଷା ଯୋଗୁଁ ଗତକାଲି ରାତିରେ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ମାଉସୀ ମଣ୍ଡପ ସାହି ଶ୍ରୀହରି ବିଷୋୟୀଙ୍କ ଘରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ନଷ୍ଟ ହୋଇ ଯାଇଛି । ଘରେ ଶୋଇଥିବା ଅବସ୍ଥାରେ ମଧ୍ୟରାତ୍ରରେ ଘରଟି ଭୁଶୁଡି ପଡିଲା । କିନ୍ତୁ ପରିବାରଟି ଏକ ଆସନ୍ନ ବିପଦରୁ
Read More...