ଶିକ୍ଷାଦାନକୁ ସମାଜସେବା ଭାବେ ଗ୍ରହଣ କରିଥିବା ପଞ୍ଚା ସାର

0 384


ବୌଦ୍ଧ/ଜହ୍ନାପଙ୍କ,୧୧/୪: ଜଣେ ଅଵସରପ୍ରାପ୍ତ ଶିକ୍ଷକ।ଜୀବନସାରା ଶିକ୍ଷା ଦାନ କରୁ କରୁ ଚାକିରୀ କାଳ ଶେଷ ହୋଇଗଲା।ଅଵସର ପରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରିବା ତାଙ୍କର ବହୁତ ଇଚ୍ଛା ଥିଲା।ଅଵସର ନେବା ପରେ ସେ ଚାହିଁଥିଲେ ଘରେ ବସିରହି ପେନସନ ଟଙ୍କାରେ ଆରାମରେ ଚଳିପାରିଥାନ୍ତେ।କିନ୍ତୁ ଅଵସର ପରେ ପୁଣି ପଢ଼ାଇବାକୁ ନିଶା ଘାରିଲା।କେବଳ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ତାଙ୍କର ମୂଳ ଉଦ୍ଦେଶ୍ୟ ନଥିଲା। ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପଢ଼ାଇବାର ନିଶା ହୋଇଥିଲା। କେବଳ ସେତିକି ନୁହେଁ ଯେଉଁ ବିଦ୍ୟାଳୟରେ ଅତ୍ୟନ୍ତ ଗରିବ ମେଧାବୀ ଛାତ୍ରଛାତ୍ରୀମାନେ ଅର୍ଥାଭାବାରୁ ଦୂରେଇ ଯାଉଥିବା ଦେଖନ୍ତି ସେମାନଙ୍କୁ ନିଜ ପେନସନ ପଇସାରୁ ଆର୍ଥିକ ସାହାଯ୍ୟ ମଧ୍ୟ ପ୍ରଦାନ କରିଥାନ୍ତି। ବହି, ଖାତା, କଲମ ଇତ୍ୟାଦି ପାଠ୍ୟୋପକରଣ ଯୋଗାଇବା ସହ ଶିକ୍ଷା ପ୍ରଦାନ କରିଥାନ୍ତି। ଶିକ୍ଷା ପ୍ରତି ଅନୁରକ୍ତ ହୋଇ କୁନିକୁନି ପିଲାମାନଙ୍କୁ ଶିକ୍ଷା ପ୍ରଦାନକୁ ଜୀବନର ସବୁଠାରୁ ବଡ ସେବା ବୋଲି ଧରି ନେଇଥିବା ଏହି ବ୍ୟକ୍ତି ଜଣକ ହେଲେ ବୋୖଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଜହ୍ନାପଙ୍କ ଗ୍ରାମର ପଞ୍ଚାନନ ପ୍ରଧାନ। ବର୍ତ୍ତମାନ ୭୪ ବର୍ଷ ବୟସରେ ପହଞ୍ଚି ସାରିଲେଣି। ସକାଳୁ ଉଠି ନିତ୍ୟକର୍ମ ସାରି ଠିକ ସମୟରେ ପହଞ୍ଚି ଯାଆନ୍ତି ନିକଟସ୍ଥ ଜଗତି, ବୁରକଟା, ମକୁନ୍ଦପୁର, ଗୁଡ଼ିଆଳୀ ଓ ଜହ୍ନାପଙ୍କ ସ୍କୁଲକୁ।ଶିକ୍ଷାଦାନ ପାଇଁ କୌଣସି ସରକାରୀ ନିର୍ଦ୍ଦେଶ ପାଇନଥିଲେ ମଧ୍ୟ ପ୍ରଧାନଶିକ୍ଷକଙ୍କଠାରୁ ଅନୁମତି ନେଇ ୧୦ ଟା ରୁ ୪ ଟା ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ଶିକ୍ଷାଦାନ କରିଥାନ୍ତି। ବର୍ତ୍ତମାନ କରୋନା କଟକଣା ଯୋଗୁଁ ଅବଶ୍ୟ ସମୟରେ ପରିବର୍ତନ ହୋଇଛି ।ସେଥିରେ ସେ ବହୁତ ଆନନ୍ଦ ଅନୁଭବ କରନ୍ତି। କେବଳ ଶିକ୍ଷା ନୁହେଁ ସେ ଜଣେ ସତସଂଗୀ ହୋଇଥିବାରୁ ପିଲାମାନଙ୍କୁ ସତସଙ୍ଗ ଶିକ୍ଷା ଦେଇଥାନ୍ତି। ଏହି ମହତ କାର୍ଯ୍ୟପାଇଁ ସେ କୌଣସି ପାରିଶ୍ରମିକ ନିଅନ୍ତି ନାହିଁ। ସେଥିପାଇଁ ସେ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଜଗତି ସରକାରୀ ଉଚ୍ଚ ବିଦ୍ୟାଳୟରୁ ପ୍ରଶଂସାପତ୍ର ମଧ୍ୟ ପାଇଛନ୍ତି ।

hiranchal ad1
Leave A Reply

Your email address will not be published.

9 − nine =