ରାକ୍ଷୀ ପୂର୍ଣ୍ଣିମାର ପୌରାଣିକ ବିଶେଷତ୍ୱ

0 379

ରକ୍ଷା ବନ୍ଧନ ହଉଛି ଏକ ସର୍ବଭାରତୀୟ ପବିତ୍ର ଉସôବ ବୋଲି ମନାଯାଏ । ଶ୍ରାବଣ ମାସର ପୂର୍ଣ୍ଣିମାକୁ ରକ୍ଷା ବନ୍ଧନ ବୋଲି କୁହାଯାଏ । ଏହିଦିନ ଭଉଣୀ ଭାଈ ହାତରେ ରାକ୍ଷୀ ବାନ୍ଧି ତା ପ୍ରତିବଦଳରେ ସୁରକ୍ଷା କାମନା କରିଥାଏ । ପୁରାଣର ପୃଷ୍ଠା ଉନ୍ମାଚନ କଲେ ଜଣାଯାଏ ଏହା ଭଗବାନ କୃଷ୍ଣ ଓ ଦ୍ରୌପଦୀଙ୍କ ଠାରୁ ପ୍ରାରମ୍ଭିକ ଭାବେ ସୃଷ୍ଟି ହୋଇଥିଲା । ଭଗବାନ ଶ୍ରୀକୃଷ୍ଣ ଓ ଦ୍ରୌପଦୀଙ୍କ ବନ୍ଧୁତା ଥିଲା ସ୍ୱତନ୍ତ୍ର । ଦ୍ରୌପଦୀ ଶ୍ରୀକୃଷ୍ଣଙ୍କୁ ଶଖା ଓ ଭଗବାନ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ସଖୀ ବୋଲି ଡାକୁଥିଲେ । ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଭିନ୍ନ ଭିନ୍ନ ଦିଗ ରହିଛି । ମହାଭାରତରେ ବର୍ଣ୍ଣନା ଅନୁସାରେ ଶିଶୁପାଳ ରାଗ ଜର୍ଜରିତ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କୁ ଅପମାନିତ କରିଥିଲେ । ଏହିପରି ୧୦୧ଥର କରିବା ପରେ ନିମିଷକ ମଧ୍ୟରେ ଭଗବାନ କୃଷ୍ଣ ଶିଶୁପାଳର ଅନ୍ତ ପାଇଁ ସୁଦର୍ଶନ ଚକ୍ର ପେଶି ଥିଲେ । ଏଥିରେ ଶିଶୁପାଳର ମୁଣ୍ଡ ଅଲଗା ହୋଇ ଯାଇଥିଲା ଓ ଶ୍ରୀକୃଷ୍ଣଙ୍କ ହାତ ଖଣ୍ଡିଆ ହୋଇ ଧାର ଧାର ରକ୍ତ ବାହାରୁଥିଲା । ଶ୍ରାକୃଷ୍ଣଙ୍କ ଅନ୍ୟ ପତ୍ନୀମାନେ ଔଷଧ ପାଇଁ ଧାଇଁ ଯାଉଥିବା ବେଳେ ପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀ ଧାଇଁ ଆସି ସେ ପିନ୍ଧିଥିବା ଲୁଗାରୁ ଖଣ୍ଡେ ଚିରି ଦେଇ ତାଙ୍କ ସଖା ଭଗବାନ ଶ୍ରୀକୃଷ୍ଣଙ୍କ କ୍ଷତାକ୍ତ ଆଙ୍ଗୁଠିରେ ବାନ୍ଧି ଦେଇଥିଲେ । ଦ୍ରୌପଦୀଙ୍କ ସେହି ନିଶ୍ୱାର୍ଥପର ଶ୍ରଦ୍ଧାର ଛୋଟ କପଡାଟି ତାଙ୍କ ସଖାଙ୍କ ରକ୍ତ ସ୍ରାବ ବନ୍ଦ କରିଦେଇଥିଲା । ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ଅକ୍ଷମ ବୋଲି କହିଥିଲେ, ଯାହାର ମାନେ ଅସରନ୍ତି ଅର୍ଥାତ ଏହି ସମ୍ପର୍କ କେବେବି ସରିବନି । ସେହିଦିନଠୁ ଦ୍ରୌପଦୀ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରତିବର୍ଷ ରାକ୍ଷୀ ବାନ୍ଧିଥାନ୍ତି ଓ କୃଷ୍ଣ ଦ୍ରୌପଦୀଙ୍କୁ ସର୍ବଦା ସୁରକ୍ଷା ଦେଇଥାନ୍ତି । ଏହି ଦିନଠୁ ରାକ୍ଷୀ ପୂର୍ଣ୍ଣିମାର ସୃଷ୍ଟି ବୋଲି କୁହାଯାଏ ।

hiranchal ad1
Leave A Reply

Your email address will not be published.

2 + two =