ଜୀବିକା ଚିନ୍ତାରେ ବାଉଁଶ କାରିଗର | ହଜିହଜି ଯାଉଛି ଟୁପଲି,ଭୁଗଲିର ବ୍ୟବହାର

0 92

ସୁବର୍ଣ୍ଣପୁର :

ଜୀବିକା ଚିନ୍ତାରେ ବାଉଁଶ କାରିଗର । ପୂର୍ବ ପୁରୁଷଙ୍କ କୌଳିକ ଜୀବିକାକୁ ଧରି ଚଳି ଆସୁଥିବା ପରିବାର ଆଧୁନିକତାର ଚାପରେ ଜୀବିକା ହରାଇବା ନେଇ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ସମୟ ଥିଲା କୃଷି କାର୍ଯ୍ୟ ଠାରୁ ଆରମ୍ଭ କରି ସାମାଜିକ ଚଲଣିରେ ପାତିକାର ମାନଙ୍କ ଦ୍ୱାରା ବାଉଁଶରୁ ତିଆରି ଜିନିଷ ର ବେଶ ଚାହିଦା ରହିଥିଲା । ଏହା ସମାଜର ଚଳଣିର ଏକ ଅଙ୍ଗ ହୋଇ ରହିଥିଲା । ଚାଷ କାମ ପାଇଁ ପାତିକାର ବାଉଁଶରେ ମୋଟା ପାତିଆରେ ତିଆରି କରୁଥିଲେ ‘ଗୁରଲ୍‌’ । ଏହା ଶଗଡ ଗାଡିରେ ରଖି ଚାଷୀ ବିଲକୁ ଦିନେ ଗୋବର ଖତ ନେବାରେ ବ୍ୟବହାର କରୁଥିଲା । ସେହିପରି ଆଉ ଏକ ଜିନିଷର ନାମ ହେଉଛି ‘ଲୁଦର’ ।

ଏହା ସାହାଯ୍ୟରେ ଚାଷୀ ଅମଳ କରିଥିବା ଧାନକୁ ଘରକୁ ଆଣିଥାଏ । କିନ୍ତୁ ବର୍ତ୍ତମାନର ଯୁଗରେ ଏ ସବୁର ଦେଖା ନାହିଁ । ପରବର୍ତ୍ତି ପିଢି ଏହା ହୁଏତ ମ୍ୟୁଜିୟମ ଗୁଡିକରେ ଏହିସବୁ ଜିନିଷକୁ ଦେଖିବାକୁ ପାଇପାରିବେ । ଏହାର ସ୍ଥାନକୁ ଟ୍ରାକ୍ଟର ଏବଂ ଧାନ ବସ୍ତା ମାଡି ବସିଛି । ଲୋକେ ଆଉ ଲୁଦର ସାହାଯ୍ୟରେ ଶଗଡ ଗାଡିରେ ଗୋବର ଖତ ନନେଇ ବରଂ ଟ୍ରାକ୍ଟର ଏବଂ ପାୱାରଟିଲର ସାହାଯ୍ୟରେ ଅମଳ ଧାନକୁ ବସ୍ତା ଦ୍ୱାରା ସିଧାସଳଖ ମିଲକୁ ନିଆଯାଉଛି ।

hiring

ଏଣୁ ପାତିକାରମାନଙ୍କ ଉପରେ ଚାଷୀ ଲୁଦର ଓ ଗୁରଲ ପାଇଁ ନିର୍ଭର କରୁନାହାନ୍ତି । ଝିଅ ବାହାଘର ପାଇଁ ବାଉଁଶ ପାତିଆରେ ତିଆରି ଭୋଗେଇ, କୁଲା, ଡାଲା ଇତ୍ୟାଦି ବିଭିନ୍ନ ପ୍ରକାର ଜିନିଷ ବ୍ୟବହାର ହୋଇଥାଏ । କିନ୍ତୁ ବର୍ତ୍ତମାନ ପ୍ଲାଷ୍ଟିକ କୁଲା ବ୍ୟବହାର ଏବଂ ଟୋକେଇ ଭୋଗେଇର ବ୍ୟବହାର କମି ଯାଇଛି । ଫଳରେ ପୂର୍ବରୁ ଚାଲୁଥିବା ଏମାନଙ୍କ ବେଉସା ମଧ୍ୟ ଆଉ ଚଳୁ ନାହିଁ ।

ଆଧୁନିକତାର ଛାପରେ ଝିଅମାନେ ମଧ୍ୟ ଭୋଗେଇ ଟୋକେଇ ନେବାକୁ ଚାହୁଁ ନାହାନ୍ତି । ପ୍ରତ୍ୟେକ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବାଉଁଶ ତିଆରି ଜିନିଷ ଆଜି ବଜାରରେ ଅଲୋଡା ହୋଇଯାଉଛି । ଫଳରେ ଅନେକ ପାତିକାର ପରିବାର ଜୀବିକା ହରାଇ ସଙ୍କଟରେ ପଡିଛନ୍ତି । ଆଗଭଳି ଆଉ ବ୍ୟବହାର ନାହିଁ । ନକଲେ ନଚଳେ ବୋଲି ବାଧ୍ୟବାଧକତାରେ କରୁଛୁ । ଗ୍ରାହକ ମଧ୍ୟ କମି ଯାଉଛନ୍ତି ।

ନୀତି ନିୟମ ଅନୁସାରେ ବାହାଘର ପାଇଁ ଗୋଟେ ଦିଟା ଭୋଗେଇ କିଣୁଛନ୍ତି । ସରକାରୀ କ୍ଷେତ୍ରରେ ମଧ୍ୟ ପ୍ରୋତ୍ସାହନ ନାହିଁ । ଆଗକୁ ବେପାର ବନ୍ଦ ହୋଇଯାଇପାରେ ବୋଲି ଅତ୍ୟନ୍ତ କ୍ଷୋଭର ସହ ପ୍ରକାଶ କରିଛନ୍ତି ଏହି କାରିଗର ପରିବାର । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପ୍ରୋତ୍ସାହନ ଦେବାକୁ ବାଉଁଶ କାରିଗର ସଞ୍ଜିତ ଗୁରୁ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 1 =