ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ । ଏଠାକାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ସେମାନଙ୍କ ଜୀବନ ଜୀବିକା କୃଷି ଉପରେ ନିର୍ଭର,ଜିଲ୍ଲାରେ ୭ ଟି ବ୍ଳକ ମଧ୍ୟରୁ ତିନୋଟି ବ୍ଳକରେ ଅଧିକ ଧାନ ଚାଷ ହୋଇଥାଏ । ଚଳିତ ବର୍ଷ ଧାନ ଫସଲ ଅମଳ କରିବା ସମୟରେ ଅଦିନିଆ ଲଘୁଚାପ ଜନିତ ବର୍ଷା ଓ ବତ୍ୟା ହେବା ଫଳରେ ଚାଷୀ କୁଳର ମେରୁଦଣ୍ଡ ଭାଙ୍ଗି ଯାଇଛି । ବର୍ତ୍ତମାନ ଚାଷୀର କିଛି ଜାଗାରେ ଧାନ ବିଲରେ ପାଣି ମାଡିଯାଇ ବିଲରେ ଧାନ ନଷ୍ଟ ହୋଇ ଯାଇଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଚାଷୀର କ୍ଷୟକ୍ଷତି ଆକଳନ ହୋଇ ପାରି ନ ଥିବା ଅଭିଯୋଗ ହେଉଛି । ବାରମ୍ବାର ବର୍ଷା ଯୋଗୁଁ ଚାଷୀଙ୍କ ଧାନ ଅମଳ କରିବା ଚଳିତ ବର୍ଷ ଚାଷୀଙ୍କୁ କଷ୍ଟ ସାଧ୍ୟ ହୋଇଛି । ଚାଷୀ ଧାନ ଚାଷ କରିବା ସକାଶେ ସବୁ ବେଳେ ଶୋଷଣ ସ୍ୱିକାର ହେଉଥିବାର ଦେଖିବାକୁ ମିଳୁଛି । କେତେବେଳେ ସାରର କଳା ବଜାରୀ କେତେ ବେଳେ ବିହନର ଚଢା ଦର ସାଙ୍ଗକୁ ନିମ୍ନମାନର ବିହନ ଯୋଗୁଁ ଚାଷୀର ଧାନ ଉତ୍ପାଦନ ବେଳକୁ ଚାଷୀ ଠାରୁ ଧାନ କ୍ରୟ କରିବା ସକାଶେ ସରକାରଙ୍କ ବିଭିନ୍ନ ନିୟମ ଯଥା ଶୁଖିଲା ଧାନ, ବାଲି ଗୋଡି ନଥିବା, ନାଇସିଆ ନଥିବା ଚାଷୀଙ୍କୁ କୁହାଯାଉଛି ।
ଚାଷୀଙ୍କୁ ଉପଯୁକ୍ତ ବିହନ ଯୋଗାଇ ଦିଆ ଯାଇ ନଥିବା ବେଳେ ଚାଷୀ କିପରି ଭଲ ଧାନ ଅମଳ କରି ମଣ୍ଡିକୁ ବିକ୍ରି କରିବ ତାହା ଚାଷୀ କୁଳ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଚାଷୀ ଅମଳ କରିଥିବା ଧାନ ପଡୋଶୀ ରାଜ୍ୟ ଆନ୍ଧ୍ରକୁ ଶାଗ ମାଛ ଦରରେ ବିକ୍ରି କରି ସାରିଲାଣି ଆଉ ଯାହା ଧାନ ରହିଛି ଚାଷୀର ଧାନ କ୍ରୟ ହୋଇପାରୁନାହିଁ ଫଳରେ ଚାଷୀ ଚିନ୍ତିତ ହୋଇ ରହିଛି । ଚଳିତ ବର୍ଷ ସମବାୟ ସମିତି ଜରିଆରେ ଧାନ କ୍ରୟ ନ କରି ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କ୍ରୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଚାଷୀର ଧାନ କ୍ରୟ ହୋଇ ପାରୁନାହିଁ । ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତ୍ୟେକ ଗ୍ରୁପ ଧାନ କ୍ରୟ କରିବା ସକାଶେ ଦାବି କରୁଥିବା ବେଳେ ତାହାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇ ପାରୁନାହିଁ । ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ ବ୍ଳକ ଘେରାଉ ପ୍ରାଥମିକ ସମବାୟ ସମିତି କାର୍ଯ୍ୟାଳୟ ଗୁଡ଼ିକରେ ଚାବି ପକାଇବା,ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ କରିବା ଦେଖିବାକୁ ମିଳିଛି । ଏହାର ସମାଧାନ ନହେବା ଫଳରେ ଚାଷୀର ଧାନ ବିଲ, ଖଳାରେ ଖୋଲା ସ୍ଥାନରେ ପଡି ରହିଛି ଯଦି ବର୍ଷା ହୁଏ ଚାଷୀର ଧାନ ବର୍ଷାରେ ଭିଜିଲେ ଦାୟୀ କିଏ ହେବ ବୋଲି ପ୍ରଶ୍ନବାଚି ସୃଷ୍ଟି ହୋଇଛି । ତେଣୁ ଚାଷୀର ଧାନ ତୁରନ୍ତ କ୍ରୟ କରିବା ସକାଶେ ଦାବି ହେଉଛି ।