ଦଶପଲ୍ଲା : ଆଜି ହେଉଛି ବିଶ୍ୱ ବନ୍ୟପ୍ରାଣୀ ଦିବସ । ବନ୍ୟ ଜୀବ ଜନ୍ତୁ ମାନଙ୍କ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୩ ତାରିଖକୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବେ ପାଳନ କରାଯାଉଛି । ୨୦ ଡିସେମ୍ବର ୨୦୧୩ରେ ମିଳିତ ଜାତିସଂଘ ସାଧାରଣ ସଭା ଏହାର ୬୮ତମ ଅଧିବେଶନରେ ୩ ମାର୍ଚ୍ଚକୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ରୂପରେ ପାଳନ କରିବା ପାଇଁ ଘୋଷଣା କରିଥିଲା । ପ୍ରଥମ ଥର ପାଇଁ ବିଶ୍ୱ ବନ୍ୟପ୍ରାଣୀ ଦିବସ ୨୦୧୪ ମସିହାରେ ରେ ପାଳନ କରାଯାଇଥିଲା । ବିଶ୍ୱ ବନ୍ୟପ୍ରାଣୀ ଦିବସ ୨୦୨୨ର ସ୍ଲୋଗାନ୍ ରହିଛି- “ ଜରମକ୍ଟଙ୍ଖରକ୍ସସଦ୍ଭଶ ଳରଚ୍ଚ ଗ୍ଦକ୍ଟ୍ରରମସରଗ୍ଦ ଲକ୍ଟକ୍ସ ରମକ୍ଟଗ୍ଦଚ୍ଚଗ୍ଦଗ୍ଧରଜ୍ଞ କ୍ସରଗ୍ଦଗ୍ଧକ୍ଟକ୍ସବଗ୍ଧସକ୍ଟଦ୍ଭ ” । ବନ୍ୟପ୍ରାଣୀ ସୁରକ୍ଷା ବର୍ତ୍ତମାନ ସମୟରେ ସମାଜ ପାଇଁ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି । ବିଶ୍ୱର ଜୈବ ବିବିଧତାରେ ବନ୍ୟପ୍ରାଣୀଙ୍କର ଏକ ବଡ଼ ଯୋଗଦାନ ରହିଛି । ବନ୍ୟପ୍ରାଣୀଙ୍କ ଅନୁପସ୍ଥିତି ପରିବେଶ ସନ୍ତୁଳନ ଉପରେ ବଡ଼ ପ୍ରଭାବ ପକାଇଥାଏ । ବନ୍ୟପ୍ରାଣୀ ବଞ୍ଚିଲେ ଆମେ ବଞ୍ଚିବା, ତେଣୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଜରୁରୀ । ଯେଉଁଥିପାଇଁ ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖକୁ ‘ବିଶ୍ୱ ବନ୍ୟପ୍ରାଣୀ ଦିବସ’ ଭାବେ ପାଳନ କରାଯାଉଛି । ନିଜ ସ୍ୱାର୍ଥ ପାଇଁ ମଣିଷ ପରିବେଶ ଉପରେ ଅତ୍ୟାଚାର କରିଚାଲିଛି । ଯାହାର ପ୍ରଭାବରେ ବନ୍ୟପ୍ରାଣୀଙ୍କ ସୁବିଧା ବାଧାପ୍ରାପ୍ତ ହେଉଛି । ଆହୁରି ମଧ୍ୟ ବନ୍ୟପ୍ରାଣୀଙ୍କ ଶିକାର ବୃଦ୍ଧି ପାଉଛି । ବାଘଛାଲ, ହାତୀ ଦାନ୍ତ, ବଜ୍ରକାପ୍ତା କାତି ପାଇଁ ମଣିଷ ଏମାନଙ୍କୁ ଶିକାର କରୁଛି । ଫଳରେ ଅନେକ ପଶୁପକ୍ଷୀ ବିଲୁପ୍ତିର ଦ୍ୱାରଦେଶରେ । ଅନେକ ସମୟରେ ଓଡ଼ିଶାରୁ ଚୀନ୍, ଭିଏତନାମ, ମିଆଁମାର ଆଦି ଦେଶକୁ ବଜ୍ରକାପ୍ତା ଚାଲାଣ କରାଯାଉଛି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ । ଏ କ୍ଷେତ୍ରରେ ବନ ବିଭାଗର ମଧ୍ୟ ଗୁରୁ ଦାୟିତ୍ୱ ରହିଛି । ଯେପରି ବନ୍ୟପ୍ରାଣୀ ସୁରକ୍ଷିତ ରହିପାରିବେ ସେ କ୍ଷେତ୍ରରେ ଆମେ ସଂକଳ୍ପବଦ୍ଧ ହେବା ଦରକାର । କିନ୍ତୁ ଦୁଃଖ ଓ ପରିତାପର ବିଷୟ , ନୟାଗଡ଼ ଜିଲ୍ଲାରେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ରହିଥିବାବେଳେ ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳନ ହେଉନଥିବା ଜଣାଯାଇଛି ।